ଓଡିଶା

odisha

ETV Bharat / bharat

‘ଦିଲ୍ଲୀ ହିଂସାରେ 13ଟି ଧାର୍ମିକ ସ୍ଥାନର କ୍ଷତି ଘଟିଛି’ - 13ଟି ଧାର୍ମିକ ସ୍ଥାନର କ୍ଷତି ଘଟିଛି

ଚଳିତ ବର୍ଷ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାରେ 13 ଟି ଧାର୍ମିକ ସ୍ଥାନର କ୍ଷତି ଘଟିଥିଲା । ପୋଲିସ ଏହି ମାମଲାରେ 13 ଟି ମାମଲା ରୁଜ୍ଜୁ କରି ମୋଟ 33 ଜଣଙ୍କୁ ଗିରଫ କରିଛି।

delhi violence
ଦିଲ୍ଲୀ ହିଂସାରେ 13ଟି ଧାର୍ମିକ ସ୍ଥାନର କ୍ଷତି ଘଟିଛି

By

Published : Jun 28, 2020, 7:33 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାରେ 13 ଟି ଧାର୍ମିକ ସ୍ଥାନର କ୍ଷତି ଘଟିଥିଲା । ପୋଲିସ ଏହି ମାମଲାରେ 13 ଟି ମାମଲା ରୁଜୁ କରି ମୋଟ 33 ଜଣଙ୍କୁ ଗିରଫ କରିଛି।

ଦିଲ୍ଲୀ ହିଂସା ସମୟରେ ଉଭୟ ପକ୍ଷର ଧାର୍ମିକ ସ୍ଥାନଗୁଡିକର କ୍ଷତି ହୋଇଥିଲା। ତେବେ ଓକିଲ ୟୁସୁଫ ନକିଙ୍କ ଆରଟିଆଇ ଅନୁଯାୟୀ ଦାଖଲ ହୋଇଥିବା ଅଲଗା ଅଲଗା ଆବେଦନଗୁଡିକର ଜବାବ ଦେବାକୁ ଯାଇ ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛନ୍ତି।

ଆରଟିଆଇ ଆବେଦନପତ୍ରରେ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ ବିରୋଧ ଏବଂ ସମର୍ଥନରେ ହୋଇଥିବା ପ୍ରଦର୍ଶନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର କପି ପାଇଁ ଗିରଫ ବ୍ୟକ୍ତିଙ୍କ ନାମ ପଚରାଯାଇଥିଲା। ମାତ୍ର ପୋଲିସ ଗିରଫ ବ୍ୟକ୍ତିଙ୍କ ନାମ, ଧାର୍ମିକ ସ୍ଥଳର ନାମ ଦେବାକୁ ମନା କରିଦେଇଛି।

ତେବେ ସିଏଏ ସମର୍ଥନ ଏବଂ ବିରୋଧ ପ୍ରଦର୍ଶନ ଦଙ୍ଗାରେ ଉପର ପୂର୍ବ ଦିଲ୍ଲୀର ବିଭିନ୍ନ ଥାନାରେ 193 ଟି ମାମଲା ରୁଜୁ ହୋଇଛି । ଏହି ଆଧାରରେ ମୋଟ 373 ଜଣ ଗିରଫ ହୋଇଛନ୍ତି । ଉତ୍ତର-ପୂର୍ବ ଦିଲ୍ଲୀର ଅତିରିକ୍ତ ଡେପୁଟି କମିଶନର ତଥା ଜନ ସୂଚନା ଅଧିକାରୀ ଏମ.ଏ ରିଜଭିଙ୍କ ଦସ୍ତଖତ ଦ୍ବାରା ଜାରି କରାଯାଇଥିବା ଉତ୍ତରରେ କୁହାଯାଇଛି ଯେ, ସାମ୍ପ୍ରଦାୟିକ ହିଂସା ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର 11ଟି ଧାର୍ମିକ ସ୍ଥଳ କ୍ଷତି ଗ୍ରସ୍ତ ହୋଇଛି । ପୋଲିସ ଏହି ମାମଲାରେ 11 ଟି ମାମଲା ରୁଜୁ କରି ମୋଟ 31 ଜଣଙ୍କୁ ଗିରଫ କରିଥିଲା । ଯେଉଁଥିରେ 7 ଜଣଙ୍କୁ ଜାମିନ ମିଳିଥିବା ବେଳେ ଚାରୋଟି ମାମଲାର ଚାର୍ଜସିଟ ଦାଖଲ ହୋଇଛି ।

ଦ୍ୱିତୀୟ ଆରଟିଆଇ ଆବେଦନର ଜବାବରେ ପୋଲିସ କହିଛି ଯେ, ଅନ୍ୟ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୁଇଟି ଧାର୍ମିକ ସ୍ଥଳ କ୍ଷତିଗ୍ରସ୍ତ ହୋଇଛି। ଏ ମାମଲାରେ 2ଟି ମାମଲା ରୁଜୁ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଜାମିନ ମିଳିନାହିଁ । ଏଥିସହ ଗୋଟିଏ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି ।

ଅନ୍ୟ ଏକ ଆରଟିଆଇ ଆବେଦନକୁ ଜବାବରେ ପୋଲିସ କହିଛି ଯେ ଜାଫରାବାଦ, କର୍ଦମପୁରୀ ଏବଂ ଚାନ୍ଦବାଗରେ ସିଏଏ ବିରୋଧ ପ୍ରଦର୍ଶନ ଘଟଣାରେ ଜ୍ୟୋତିନଗର, ଦୟାଲପୁର ଏବଂ ଜାଫରବାଦ ପୋଲିସ ଷ୍ଟେସନରେ ମୋଟ 190 ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ମୋଟ 357 ଜଣ ଗିରଫ କରାଯାଇଛି ।

ପ୍ରକାଶ ଥାଉକି, ଚଳିତ ଫେବୃୟାରୀ ଉତ୍ତର ପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନରେ 53 ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 500ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଏଥିସହ ଏହି ଦଙ୍ଗାରେ 371 ଦୋକାନ ଏବଂ 142 ଘରକୁ ନିଆଁ ଲଗାଇ ଦିଆଯାଇଥିଲା ।

ABOUT THE AUTHOR

...view details