କୋଲକାତା: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଜଲପାଇଗୁରି ଜିଲ୍ଲାର ଧୁପଗୁରୀ ସହରରେ ଭୟଙ୍କର ସଡ଼କ ଦୁର୍ଘଟଣା । ତେବେ ଘନ କୁହୁଡ଼ି କାରଣରୁ ଏକ ପଥର ବୋଝେଇ ଟ୍ରକ, ମାରୁତି ଭ୍ୟାନ ଏବଂ ଟାଟା ମ୍ୟାଜିକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 17 ଜଣ ଗୁରୁତର ।
ତେବେ ଏହି ଦୁର୍ଘଟଣା ମୈନାଗୁରୀ ଧୁପଗୁରୀ ଅଭିମୁଖେ ଯାଉଥିବା ଜାତୀୟ ରାଜପଥ 31ରେ ଜଲଢାକା ବ୍ରିଜ ପାର୍ଶ୍ବରେ ଘଟିଥିଲା। ସୂଚନାପାଇ ପୋଲିସ ଫୋର୍ସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।