ଜୟପୁର: ମହାମାରୀ କୋରୋନା ସଂକ୍ରମଣର ଚେନକୁ ଭାଙ୍ଗିବାକୁ ସାରା ଦେଶରେ ଜାରି କରାଯାଇଥିଲା ଲକଡାଉନ। ମାତ୍ର ଲକଡାଉନ 5.0ରେ ନିୟମରେ କିଛିଟା କୋହଳ କରାଯାଇ ଦୋକାନ ବଜାର ଓ ବିବାହ ଉତ୍ସବ କରିବାକୁ ଅନୁମତି ଦିଆଯାଇଛି । ତେବେ କଟକଣା କୋହଳ ହେବା ପରେ ରାଜସ୍ଥାନର ଭିଲୱାଡା ସହର ଭଦଡାବାଗରେ ବ୍ୟତିକ୍ରମ ଦେଖାଯାଇଛି । ଯାହାର ପରିଣାମ ସ୍ବରୂପ ବର ସମେତ ପରିବାରର 13 ଜଣ ବ୍ୟକ୍ତି କୋରୋନା ପଜିଟିଭ ଥିବା ଜଣାପଡିଛି।
ଏହି ଖବର ଶୁଣିବା ପରେ ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯଦି ବିବାହ ଉତ୍ସବରେ 50 ରୁ ଅଧିକ ଲୋକ ଏକତ୍ରିତ ହୁଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାଜ୍ୟରେ ପ୍ରଥମ କରୋନା ପଜିଟିଭ ଭିଲୱାରା ସହରରୁ ପ୍ରଥମେ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 237 ରେ ପହଞ୍ଚିଛି। ତେବେ ଅନଲକ ସମୟରେ 50ରୁ ଊର୍ଦ୍ଧ୍ବ ଲୋକଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ଅନୁମତି ଦିଆଯାଇନାହିଁ । ମାତ୍ର ଦେଖାଯାଉଛି ଅନେକ ସ୍ଥାନରେ ବିବାହ ଉତ୍ସବରେ ପ୍ରାୟ 500 ଲୋକ ଏକାଠି ହେଉଛନ୍ତି । ଯାହା ଭୟଙ୍କର କୋରୋନା ସଂକ୍ରମଣ ବ୍ୟାପିବାର ଭୟ ରହିଛି ।
ଏହି ବିବାହ ସମାରୋହରେ ଗୋଷ୍ଠୀ ସଂକ୍ରମଣ ହେବା ଯୋଗୁଁ ବର ସମେତ ପରିବାରର 13 ସଦସ୍ୟ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହା ପରେ ଜିଲ୍ଲା ପ୍ରଶାସନ ଏବଂ ଚିକିତ୍ସା ବିଭାଗରେ ତୁରନ୍ତ ଜିଲ୍ଲା କଲେକ୍ଟର ରାଜେନ୍ଦ୍ର ଭଟ୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଅଞ୍ଚଳର ବିବାହ ସମାରୋହରେ 50ରୁ ଅଧିକ ଲୋକ ସାମିଲ ହେବେ ନାହିଁ ।