ଥାନେ: ଦିଲ୍ଲୀ ମର୍କାଜ ନିଜାମୁଦ୍ଦିନରେ କେବଳ ଭାରତୀୟ ମୁସଲିମ ଯୋଗ ଦେଇନଥିଲେ, ବାହାର ଦେଶରୁ ମଧ୍ୟ ଲୋକ ଆସିଥିଲେ । ଏମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ବାଂଲାଦେଶ ପ୍ରଭୃତିର ଲୋକ ସାମିଲ ଥିଲେ । ଏମାନଙ୍କ ମଧ୍ୟରୁ କିଛି ନିଜ ଦେଶକୁ ଫେରିଯାଇଥିବାବେଳେ ବାକି ଭାରତରେ ଅଟକି ରହିଛନ୍ତି ।
ସମାବେଶରୁ ମହାରାଷ୍ଟ୍ରର ଥାନେକୁ ବୁଲିବାକୁ ଆସିଥିବା 13 ବାଂଲାଦେଶୀଙ୍କୁ ଏବେ ପୋଲିସ ହୋମ କ୍ବାରେଣ୍ଟାଇନରେ ରଖିଛି । ଏମାନେ ଧାର୍ମିକ ସମାବେଶରେ ଯୋଗ ଦେବା ପରେ ଏଠାକୁ ବୁଲି ଆସିଥିଲେ । ପରେ ନିଜ ଦେଶକୁ ଫେରିଯିବାର ଯୋଜନା ଥିଲା । ମାତ୍ର କୋଭିଡ 19 ଭୂତାଣୁ ସଂକ୍ରମଣ ଜଣାପଡିବା ପରେ ପୋଲିସ ଖୋଳତାଡ କରି ସେମାନଙ୍କୁ ଅଟକାଇ ରଖିଥିଲା । ଏମାନଙ୍କ ସହ 2 ଜଣ ଆସାମର ଲୋକଙ୍କୁ ମଧ୍ୟ ପୋଲିସ ଆଇସୋଲେସନରେ ରଖି ଚିକିତ୍ସା କରୁଛି ।