ଶ୍ରୀନଗର: ଭାରତର ଭୂସ୍ବର୍ଗରେ ମଧ୍ୟ କୋରୋନା ନିଜ କାୟା ବିସ୍ତାର କରିଛି । ଜମ୍ମୁ ଓ କାଶ୍ମୀରରେ କୋରୋନା ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା 125 ଛୁଇଁଛି । ଏଥିମଧ୍ୟରୁ କାଶ୍ମୀରରେ ଅଧିକ ଆକ୍ରାନ୍ତ ରହିଛନ୍ତି ।
ଜମ୍ମୁ ଓ କାଶ୍ମୀରରେ ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କନସଲ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଜମ୍ମୁରେ ନୂଆ 6ଟି ମାମଲା ସାମନାକୁ ଆସିଛି । ସେହିପରି କାଶ୍ମୀରରେ 9ଟି ପଜିଟିଭ ରିପୋର୍ଟ ସ୍ପଷ୍ଟ ହୋଇଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 125 ଛୁଇଁଛି । ଏଥିରୁ 118 ଜଣ ଚିକିତ୍ସିତ ହେଉଛନ୍ତି ଏବଂ ବାକି 7 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।