ଜୟପୁର: ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଦିନକୁ ଦିନ ଏହି ସଂଖ୍ୟାରେ ବିପୁଳ ମାତ୍ରାରେ ବୃଦ୍ଧି ଘଟୁଛି । ଶନିବାର ଗୋଟିଏ ଦିନରେ ଶହେ ଉପରେ କୋରୋନା ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶନିବାର ମୋଟ 122ଟି ପଜିଟିଭ ମାମଲା ସ୍ପଷ୍ଟ ହୋଇଛି । ଏଥିରୁ ଭରତପୁରରେ ସର୍ବାଧିକ 42 ଜଣ ରହିଛନ୍ତି । ଏହାପରେ ଯୋଧପୁରରେ 26, ଜୟପୁରରେ 25, ନାଗୌରରେ 17 ଆକ୍ରାନ୍ତ ବାହାରିଛନ୍ତି । ସେହିପରି ଆଜମେରରେ 3, କୋଟାରେ 5, ଟୋଙ୍କରେ 2 ଏବଂ ଜୈସେଲମର ଓ ବନସୱାରାରେ ଜଣେ ଲେଖାଏଁ ପଜିଟିଭ ବାହାରିଥିବା ଜଣାପଡିଛି । ରାଜ୍ୟରେ ଜୟପୁର, ଯୋଧପୁର ଓ ଭରତପୁର କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।