ଓଡିଶା

odisha

ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ; ଭୋପାଳରେ 24 ଘଣ୍ଟାରେ 120 ମାମଲା ରୁଜୁ - ମଧ୍ୟପ୍ରଦେଶ କୋରୋନା ଅପଡେଟ

ଭୋପାଳରେ ଲୋକେ ଭାଙ୍ଗୁଛନ୍ତି ଲକଡାଉନ ନିୟମ । ପୋଲିସ ସୂଚନାନୁସାରେ ଗତ 24 ଘଣ୍ଟାରେ ଭୋପାଳରେ 120ଟି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଭାଙ୍ଗି 24 ଘଣ୍ଟାରେ 120 ମାମଲା ରୁଜୁ
ଲକଡାଉନ ନିୟମ ଭାଙ୍ଗି 24 ଘଣ୍ଟାରେ 120 ମାମଲା ରୁଜୁ

By

Published : Apr 16, 2020, 11:00 PM IST

ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏବେ ସୁଦ୍ଧା 1120 ଜଣ ଆକ୍ରାନ୍ତ ହୋଇଥିବାବେଳେ 53 ଜଣଙ୍କର ମୃତ୍ୟୁ ହୋଇଛି । ତଥାପି ଏଠାରେ ଲୋକେ ସୁଧୁରୁନାହାନ୍ତି ।

ବିଶେଷ କରି ଭୋପାଳରେ ଲୋକେ ବେଶୀ ଲକଡାଉନ ନିୟମ ଭାଙ୍ଗିଥିବା ଜଣାପଡିଛି । ପୋଲିସ ସୂଚନାନୁସାରେ ଗତ 24 ଘଣ୍ଟାରେ ଭୋପାଳରେ 120ଟି ମାମଲା ରୁଜୁ ହୋଇଛି । ସମସ୍ତ ମାମଲା କଟକଣା ଭାଙ୍ଗିଥିବା ଯୋଗୁଁ ରୁଜୁ ହୋଇଥିବା ଜଣାପଡିଛି ।

ଏହାସହ ଗତ ମାର୍ଚ୍ଚ 22ରୁ ପରିସ୍ଥିତି ଅସମ୍ଭାଳ ହୋଇଛି । ଏପର୍ଯ୍ୟନ୍ତ କେବଳ ଭୋପାଳରେ 1390ଟି ମାମଲା ପୋଲିସ ରୁଜୁ କରିଛି । ତାଲାବନ୍ଦୀ ନିୟମ ଭାଙ୍ଗି ଅନେକ ଲୋକ ମଧ୍ୟ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details