ଓଡିଶା

odisha

ନାବାଳିକା ଜୀବନ ନେଲା ଅନଲାଇନ ପାଠପଢା ଓ ହୋମୱାର୍କ ଚାପ

ଲକଡାଉନ ଯୋଗୁଁ ଅନଲାଇନ ପାଠପଢା ଓ ଅତ୍ୟଧିକ ହୋମୱାର୍କ ଯୋଗୁଁ ଚାପଗ୍ରସ୍ତ ହୋଇ ଜଣେ 12 ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Jun 24, 2020, 1:45 PM IST

Published : Jun 24, 2020, 1:45 PM IST

ଅନଲାଇନ ପାଠପଢା ଓ ହୋମୱାର୍କରେ ଚାପଗ୍ରସ୍ତ ନେଲା ନାବାଳିକାର ଜୀବନ
ଅନଲାଇନ ପାଠପଢା ଓ ହୋମୱାର୍କରେ ଚାପଗ୍ରସ୍ତ ନେଲା ନାବାଳିକାର ଜୀବନ

ଅହମ୍ମଦାବାଦ: କୋରୋନା ପାଇଁ ସ୍କୁଲ, କଲେଜ ସବୁ କିଛି ବନ୍ଦ ରହିଛି । ଏହି ସମୟରେ ପିଲାଙ୍କୁ ଅନଲାଇନ ଯୋଗେ ପାଠ ପଢା ଯାଉଛି । ସାଙ୍ଗସାଥୀଙ୍କ ସହ ଭେଟି ନପାରି ଚାପଗ୍ରସ୍ତ ହେବାରେ ଲାଗିଛନ୍ତି ପିଲାମାନେ । ଏପଟେ ଅନଲାଇନ ପାଠପଢା ଓ ହୋମୱାର୍କର ଲୋଡ ଏକ ନିରୀହ ନାବାଳିକାର ଜୀବନ ନେଇଛି।

ଗୁଜରାଟ ରାଜକୋଟ ଅଞ୍ଚଳର ଜଣେ 12 ବର୍ଷୀୟ ନାବାଳିକା ଖୁସି ଏସବୁରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ବାପା ଜଣଙ୍କ ବାପା ଗ୍ୟାରେଜ କରି ପରିବାର ଚଳାଉଥିବାବେଳେ ଲକଡାଉନ ଯୋଗୁଁ ବେପାର ଠପ ହୋଇପଡିଛି । ଏହି ସମୟରେ ବହୁ କଷ୍ଟରେ ଝିଅର ଅନଲାଇନ ପାଠପଢା ପାଇ ସ୍ମାର୍ଟ ଫୋନ ଟିଏ ଆଣିଥିଲେ। ସେପଟେ, ଝିଅ ଚାପ ସହି ନପାରି ଶେଷରେ ଏଭଳି ଚରମ ପଦକ୍ଷେପ ଉଠାଇଛି ।

ସୂଚନାଯୋଗ୍ୟ, ସୋମବାର ସକାଳେ ଖୁସି ମା’ର ହୋମୱାର୍କ ଶେଷ କରିବାକୁ କହିଥିଲେ । ଖୁସି କିଛି ସମୟ ନିଜ ରୁମକୁ ଯିବାକୁ କହିଥିଲେ । ମା ଅନୁମତି ଦେବା ପରେ ଖୁସି ରୁମକୁ ଯାଇଥିଲେ । ବହୁ ସମୟ ଧରି ଖୁସି ରୁମରୁ ନ ବାହାରିବାରୁ ମା’ ତାକୁ ଖୋଜାଖୋଜି କରିଥିଲେ ।ସେତେବେଳେକୁ ଖୁସି ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ଖୁସି ତାଙ୍କ ବାପା ମାଆ ଓ ସାନ ଭାଇଙ୍କ ସହ ରହୁଥିଲେ । ସେ ଏକ ଗୁଜୁରାଟୀ ମିଡିୟମ ବିଦ୍ୟାଳୟରେ 8ମ ଶ୍ରେଣୀରେ ପାଠପଢୁଥିଲେ । ଖୁସିଙ୍କ ବାପା ରୋହିତ ସିଙ୍ଗାଦିଆ ପାଠପଢିବା ପାଇଁ 10,000 ଟଙ୍କାରେ ସ୍ମାର୍ଟଫୋନ କିଣିଥିଲେ। ପରିବାର ପକ୍ଷେ ଇଲେକ୍ଟ୍ରି ବିଲ ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି ବୋଲି ଜଣେ ସମ୍ପର୍କୀୟ କହିଛନ୍ତି । ଖୁସି ପୂର୍ବରୁ କେହି ମଧ୍ୟ ସ୍ମାର୍ଟ ଫୋନ ବ୍ୟବହାର କରିନଥିଲେ ।

https://www.indiatoday.in/india/story/gujarat-teen-kills-self-over-stress-of-online-classes-1692105-2020-06-24

ABOUT THE AUTHOR

...view details