ନୂଆଦିଲ୍ଲୀ: କାଗଜ ଓ ଅଠା ସାହାଯ୍ୟରେ ପ୍ରସ୍ତୁତ ହୋଇଗଲା ସୁନ୍ଦର ଏକ ଟ୍ରେନ ମଡେଲ । ସେ ପୁଣି ମାତ୍ର ତିନି ଦିନରେ । ଏହାକୁ ତିଆରି କରିଛନ୍ତି କେରଳ ଥ୍ରୁସୁର ଅଞ୍ଚଳର ଜଣେ 12 ବର୍ଷିୟ ବାଳକ ଆଦୈଥ କୃଷ୍ଣ। ସେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ବର୍ତ୍ତମାନ ଲକଡାଉନ ସମୟ ଚାଲିଛି। ପିଲାମାନେ ଘରେ ବସି ଏପରି ସୁନ୍ଦର ସୁନ୍ଦର ମଡେଲ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସା ସାଉଁଟୁଛନ୍ତି ।
ଆଦୈଥ କୃଷ ଏହି ଟ୍ରେନ ମଡେଲକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ତିନି ଦିନ ସମୟ ନେଇଥିଲେ । ଏଥିପାଇଁ 33ଟି ପୁରୁଣା ଖବର କାଗଜ ଏବଂ 10ଟି A4 ସାଇଜ ପେପର ବ୍ୟବହାର କରି ଏହି ଲୋକୋମୋଟିଭ ମଡେଲ ପ୍ରସ୍ତୁତ କରିଛନ୍ତି । ଏହାକୁ ରେଳମନ୍ତ୍ରାଳୟ ଦେଖି ଖୁବ ପ୍ରଶଂସା କରି ‘ନିଅର ପର୍ଫେକ୍ସନ’ କହିଛନ୍ତି ।