କୋଲକତା: ପଶ୍ଚିମବଙ୍ଗରେ ଅମ୍ଫାନ କରାଳରୂପ । ରାଜ୍ୟର ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ବାତ୍ୟା ଯୋଗୁଁ ରାଜ୍ୟରେ 12 ଜଣଙ୍କର ମୃତ୍ୟୁ ଘଟିଛି । ଏହା ଦ୍ୱାରା ରାଜ୍ୟର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ତଳିଆ ଓ ଦିଘାର ଆଖପାଖ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।
ପଶ୍ଚିମବଙ୍ଗରେ ଅମ୍ଫାନର ତାଣ୍ଡବ: 12 ଲୋକ ମୃତ, ଜଳାର୍ଣ୍ଣବ ହେଲା ଏୟାରପୋର୍ଟ ତେବେ ବାତ୍ୟା ଅମ୍ଫାନରେ ଜୀବନ ଯାଇଥିବା ଲୋକଙ୍କ ଭିତରୁ କୋଲକତାରୁ 2, ମେଦିନୀପୁର ରୁ 3, ହାଓ୍ବଡାରୁ 1, ହୁଗୁଳିରୁ 3, ନର୍ଥ 24 ପାରଗାନାରୁ 2 ଓ ନାଦିଆରେ ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ସରକାରଙ୍କ ସଚେତନତା ହେତୁ ଏହି ବାତ୍ୟାରେ ଅଧିକାଂଶ ଜୀବନ ନଷ୍ଟ ହେବାରୁ ବଞ୍ଚିଯାଇଛି । ହେଲେ ଅନେକ ଘର, ଗାଡି ଓ ସମ୍ପତ୍ତି ଆଦି ନଷ୍ଟ ହୋଇଛି ।
ବାତ୍ୟା କାରଣରୁ ଗଛରେ ଉପୁଡୁ ପଡିଛି ଗଛ ପଶ୍ଚିମବଙ୍ଗରେ ବାତ୍ୟାର ତାଣ୍ଡବ ପ୍ରବଳ ବର୍ଷା କାରଣରୁ ଅନେକ ଅଞ୍ଚଳରେ ପାଣି ଜମି ରହିଥିବାବେଳେ, ବହୁ ସଂଖ୍ୟକ ଘର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା କାରଣରୁ ଅନେକଙ୍କ ଘର ଉପରେ ଗଛ ପଡିଯିବାରୁ ଘର ଗୁଡିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଖାଲି ସେତିକି ନୁହେଁ, ଅମ୍ଫାନ କାରଣରୁ ବିଦ୍ୟୁତ ପ୍ରବାହ ମଧ୍ୟ ବ୍ୟାଘାତ ଘଟିଛି । ରାସ୍ତା କଡରେ ବହୁ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ମାନ ଉପୁଡି ପଡିଛି ।
ପଶ୍ଚିମବଙ୍ଗରେ ଜଳାର୍ଣ୍ଣବ ହେଲା ଅଧିକାଂଶ ଅଞ୍ଚଳ ତେବେ ଏନଡିଆରଏଫ ଟିମ ଦ୍ବାରା ରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡିକୁ କଟାଯାଇ ରାସ୍ତା ସଫାକରାଯାଉଛି । ଏହାବ୍ୟତୀତ କୋଲକତା ଏୟାରପୋର୍ଟର ଅଧିକାଂଶ ଭାଗ ଜଳାର୍ଣ୍ଣବ ହୋଇଥିବାବେଳେ, ହାଓ୍ବଡା ବ୍ରିଜ ମଧ୍ୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।