ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୋରଦାବାଦ ରେଳ ଜଙ୍କସନରେ 12 ଟି ଆଇସୋଲେସନ କୋଚ୍ ପ୍ରସ୍ତୁତ କରାଯାଇଛି । କୋରୋନା ଭାଇରସ୍ ରୋଗୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ମୋରାଦାବାଦ ରେଳ ଜଙ୍କସନରେ ଆଇସୋଲେସନ କୋଚ୍ ପ୍ରସ୍ତୁତ କରାଯାଇଛି । କୋରୋନା ମୁକାବିଲା ପାଇଁ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋରଦାବାଦ ରେଳ ପୋଲିସ ଷ୍ଟେସନର ଡେପୁଟି ସୁପରିଟେଣ୍ଡେଟ ଆର କୁଅଁର ସିଂ ।
କୋରୋନା ପାଇଁ ମୋରଦାବାଦ ରେଲୱେ ଜଙ୍କସନରେ ପ୍ରସ୍ତୁତ 12 ଆଇସୋଲେସନ କୋଚ୍ - railway
ମୋରଦାବାଦ ରେଲୱେ ଜଙ୍କସନରେ ପ୍ରସ୍ତୁତ 12 ଆଇସୋଲେସନ କୋଚ୍ । କୋରୋନା ମୁକାବିଲା ପାଇଁ ଉପଯୁକ୍ତ ଚିକିତ୍ସାର ରହିିଛି ଆବଶ୍ୟକତା ।

ପ୍ରତିକାତ୍ମକ ଫଟୋ
ଏହି କୋଚରେ କୋରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକୀୟ ଉପକରଣ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଉତ୍ତରପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 1793 ଟି କୋରୋନା ମାମଲା ରେକର୍ଡ କରାଯାଇଛି । ଯେଉଁଥିରୁ 261 ଜଣ ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା 27 ଜଣଙ୍କ ମୃତ୍ୟୁ ହୋଇଛି ।