ନୂଆଦିଲ୍ଲୀ: ବିଶ୍ବରେ ବର୍ତ୍ତମାନ କୋରୋନା ମହାମାରୀର ଆତଙ୍କ । ଏପରିସ୍ଥଳେ ଭାରତ ମଧ୍ୟ ମହାମାରୀ କୋରୋନା ବିରୋଧୀ ଲଢେଇରେ ଦୃଢତାର ସହ ଲଢେଇ ଜାରି ରଖିଛି । ଏହି ଭଳି ମହାସଙ୍କଟ ମୟ ସ୍ଥିତିରେ ଦେଶ ପାଇଁ ଖୁସି ଖବର ଯେ, ଦେଶରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କୋରୋନାରେ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ ।
କୋରୋନା ଯୁଦ୍ଧ: 12 ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ନାହିଁ ମୃତ୍ୟୁ ରିପୋର୍ଟ - କୋରୋନା ସଙ୍କଟ
ଭାରତ ମହାମାରୀ କୋରୋନା ବିରୋଧୀ ଲଢେଇରେ ଦୃଢତାର ସହ ଲଢେଇ ଜାରି ରଖିଛି । ଏହି ଭଳି ମହାସଙ୍କଟ ମୟ ସ୍ଥିତିରେ ଦେଶ ପାଇଁ ଖୁସି ଖବର ଯେ, ଦେଶରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କୋରୋନାରେ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ । ଅଧିକ ପଢନ୍ତୁ...
COVID-19 deaths
ଭାରତର କେତେକ ରାଜ୍ୟରେ କୋରୋନାଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଥିବା ବେଳେ କେତେକ ରାଜ୍ୟରେ ଗୋଟିଏ ବି ମୃତ୍ୟୁ ଖବର ଏପର୍ଯ୍ୟନ୍ତ ରିପୋର୍ଟ ହୋଇନାହିଁ । ଏହା ନିଶ୍ଚିତ ଭାବରେ ଏକ ସୁଖକର ଖବର । ଏଥିରୁ କୋରୋନା ବିରୋଧୀ ଲଢେଇରେ ଭାରତକୁ ସକରାତ୍ମକ ଦିଗ ଓ ଏକ ବଡ ଉପଲବ୍ଧି ବୋଲି ଜଣାଯାଉଛି ।
ସୂଚନା ଯେ, କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ଭାରତରେ ଅତି କମରେ 686 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଅତି କମରେ 21,700 କୋରୋନାଭାଇରସ୍ ସଂକ୍ରମଣ ହୋଇଥିବାବେଳେ 4,325 ଜଣ ଡିସଚାର୍ଜ / ଆରୋଗ୍ୟ ହୋଇଛନ୍ତି ।