ଓଡିଶା

odisha

ETV Bharat / bharat

ସୁରଟରେ 12 ସ୍ବାସ୍ଥ୍ୟ କର୍ମୀ କୋରୋନା ସଂକ୍ରମିତ, ଏପ୍ରିଲ୍ 30 ପର୍ଯ୍ୟନ୍ତ ଡାକ୍ତରଖାନା ବନ୍ଦ - ସୁରଟ

ଗୁରୁବାର ସୁରଟରେ 12 ଜଣ ସ୍ବାସ୍ଥ୍ୟ କର୍ମୀ COVID-19 ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ୍ 30 ପର୍ଯ୍ୟନ୍ତ ସମସ୍ତ ଡାକ୍ତରଖାନା ବନ୍ଦ ରହିବ | ଅଧିକ ପଢନ୍ତୁ...

COVID-19
COVID-19

By

Published : Apr 23, 2020, 10:54 PM IST

ସୁରଟ: ସାରା ଦେଶରେ କୋରୋନା ସଙ୍କଟ ଜାରି ରହିଛି । କୋରୋନା ବିରୋଧୀ ଲଢେଇରେ ଆଗଧାଡିର ଯୋଦ୍ଧା ମାନେ କୋରୋନାରେ କବଳିତ ହେଉଛନ୍ତି । ଏପରିସ୍ଥଳେ ଗୁରୁବାର ସୁରଟରେ 12 ଜଣ ସ୍ବାସ୍ଥ୍ୟ କର୍ମୀ COVID-19 ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ୍ 30 ପର୍ଯ୍ୟନ୍ତ ସମସ୍ତ ଡାକ୍ତରଖାନା ବନ୍ଦ ରହିବ ।

ଗୁରୁବାର ହସ୍ପିଟାଲର 12 ଜଣ ଡାକ୍ତରୀ କର୍ମଚାରୀ କୋରୋନାଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ଡାକ୍ତରଖାନା ବନ୍ଦ ରହିଛି । ଅନ୍ୟ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । କିରଣ ହସ୍ପିଟାଲ 24 ଏପ୍ରିଲରୁ 30 ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ । ଅହମ୍ମଦାବାଦ ପରେ COVID-19 ଦ୍ବାରା ଗୁଜୁରାଟର ସୁରଟ ହେଉଛି ଦ୍ବିତୀୟ ପ୍ରଭାବିତ ସହର ।

ଗୁଜୁରାଟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ସୁରଟରେ କୋରୋନାଭାଇରସ୍ ପାଇଁ ପ୍ରାୟ 9,117 ଜଣଙ୍କୁ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 415 ଜଣ ପଜିଟିଭ୍ ପରୀକ୍ଷା କରିଛନ୍ତି । ସୁରଟରେ ସମୁଦାୟ 13 COVID-19 ରୋଗୀ ସୁସ୍ଥ ହୋଇଥିଲା ବେଳେ କୋରୋନାଭାଇରସ୍ କାରଣରୁ 12 ଜଣ ପ୍ରାଣ ହରାଇଛନ୍ତି । ସୁରଟରେ ପ୍ରାୟ 3,312 ଲୋକ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି ।

ଏହି ସମୟରେ, ଗୁଜୁରାଟ ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ କ୍ଷତିଗ୍ରସ୍ତ କୋରୋନାଭାଇରସ୍ ରାଜ୍ୟ । ଏଠାରେ 2,407 ମାମଲା ଥିବାବେଳେ ମୃତ୍ୟୁସଂଖ୍ୟା 103ରେ ପହଞ୍ଚିଛି । ରାଜ୍ୟରେ ମୋଟ 179 କୋରୋନାଭାଇରସ୍ ରୋଗୀ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ABOUT THE AUTHOR

...view details