ଓଡିଶା

odisha

ଗତ ଏକ ମାସରେ 12 ଜିଲ୍ଲାରେ କୋଭିଡ 19 ପଜିଟିଭ ଶୂନ

ମୋଟ 12ଟି ଜିଲ୍ଲାରେ ଗତ 28 ଦିନ କିମ୍ବା ଅଧିକ ଦିନ ହେବ କୌଣସି ସକ୍ରିୟ ମାମଲା ବାହାରିନାହିଁ । ଏସମସ୍ତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ଅଧିକ ପଢନ୍ତୁ...

By

Published : Apr 23, 2020, 5:52 PM IST

Published : Apr 23, 2020, 5:52 PM IST

12 ଜିଲ୍ଲାରେ ଗତ ଏକ ମାସରେ କୋଭିଡ 19 ପଜିଟିଭ ଶୂନ
12 ଜିଲ୍ଲାରେ ଗତ ଏକ ମାସରେ କୋଭିଡ 19 ପଜିଟିଭ ଶୂନ

ନୂଆଦିଲ୍ଲୀ: କୋଭିଡ 19 ପଜିଟିଭ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ସ୍ପଷ୍ଟ ହେଉଛନ୍ତି । ତେବେ ଏହା ଭିତରେ ସାମାନ୍ୟ ଖୁସି ଖବର ଆସିଛି । ପ୍ରାୟ ଏକ ମାସ ହେବ ଦେଶର 12ଟି ଜିଲ୍ଲାରେ କୋଭିଡ 19 କେସ ଶୂନ ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୋଟ 12ଟି ଜିଲ୍ଲାରେ ଗତ 28 ଦିନ କିମ୍ବା ଅଧିକ ଦିନ ହେବ କୌଣସି ସକ୍ରିୟ ମାମଲା ବାହାରିନାହିଁ । ଏସମସ୍ତ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ସେହିପରି ଶେଷ 14 ଦିନ ହେବ 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 78ଟି ଜିଲ୍ଲାରେ କୋଭିଡ 19 ପଜିଟିଭ ବାହାରିନାହାନ୍ତି ।

ନିକଟରେ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ଏକ ତାଲିକା ପ୍ରକାଶ ପାଇଥିଲା । ଏଥିରେ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ଅଧିକ ଜିଲ୍ଲା ରହିଥିଲେ । ପୂର୍ବରୁ ସୋମବାର 59ଟି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 14 ଦିନ ହେଲା ଶୂନ ରହିଥିବାବେଳେ ମଙ୍ଗଳବାର 23ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 61ଟି ନୂଆ ଜିଲ୍ଲା ଏଥିରେ ସାମିଲ ହୋଇଥିବାର ସୂଚନା ଦେଇଥିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଏହି ସଂଖ୍ୟା 78ରେ ପହଞ୍ଚିଛି ।

ସୌଜନ୍ୟ@ANI

ABOUT THE AUTHOR

...view details