ଢାକା: ଓଡିଶା ଏବଂ ପଶ୍ଚିମବଙ୍ଗରେ ପ୍ରଳୟ ରଚିଥିବା ସାମୁଦ୍ରିକ ଝଡ 'ଫନି' ର କରାଳ ରୂପ ଏବେ ବାଂଲାଦେଶରେ ଦେଖିବାକୁ ମିଳିଛି । ଏହାର ପ୍ରକୋପରେ ସେଠାରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏହାର ପ୍ରଭାବ ଅପରାହ୍ନ ପର୍ଯ୍ୟନ୍ତ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି।
ଏହି ସାମୁଦ୍ରିକ ଝଡର ପ୍ରଭାବରେ ସମଗ୍ର ବାଂଲାଦେଶରେ ଲଗାଣ ବର୍ଷା ଜାରି ରହିଛି ବୋଲି ପାଣିପାଗ ବିଭାଗ ଜଣାଇଛି। ଶନିବାର ସକାଳୁ ଏହା ପଶ୍ଚିମବଙ୍ଗରୁ ଏହା ବାଂଲାଦେଶ ଅଭିମୁଖେ ଅଗ୍ରସର ହୋଇଥିଲା। ଦେଶର ନୋୟାଖୋଲି ଅଞ୍ଚଳରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ଅନ୍ୟପଟେ ଗୃହଯୁଦ୍ଧ କାରଣରୁ ନିଜ ଦେଶ ମିଆଁମାର ଛାଡି ପଡୋଶୀ ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ଥିତି ଉପରେ ନଜର ରଖିଛି ମିଳିତ ଜାତିସଂଘ। ପ୍ରାୟ10 ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ବିଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି।