ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 11 ଲକ୍ଷ 94 ହଜାର 321 କୋରୋନା ଟେଷ୍ଟ: ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଅକ୍ଟୋବର 7 ତାରିଖରେ 11 ଲକ୍ଷ 94 ହଜାର 321ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 କୋଟି 34 ଲକ୍ଷ 65 ହଜାର,975 ଟି ଟେଷ୍ଟ ସରିଛି ।

24 ଘଣ୍ଟାରେ ଦେଶରେ ହୋଇଛି  11 ଲକ୍ଷ 94 ହଜାର 321ଟି କୋରୋନା ଟେଷ୍ଟ
24 ଘଣ୍ଟାରେ ଦେଶରେ ହୋଇଛି 11 ଲକ୍ଷ 94 ହଜାର 321ଟି କୋରୋନା ଟେଷ୍ଟ

By

Published : Oct 8, 2020, 12:15 PM IST

ନୂଆଦିଲ୍ଲୀ: ଦେଶରେ 68 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା । ବଢୁଥିବା ଏହି ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟ ଜାରି ରହିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଅକ୍ଟୋବର 7 ତାରିଖରେ 11 ଲକ୍ଷ 94 ହଜାର 321ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 କୋଟି 34 ଲକ୍ଷ 65 ହଜାର ,975 ଟି ଟେଷ୍ଟ ସରିଛି ।

ତେବେ ଭାରତରେ ଜାନୁଆରୀ ଠାରୁ ଅକ୍ଟୋବର ମଧ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଇ 7.7 କୋଟିରୁ ଅଧିକରେ ପହଞ୍ଚିଛି । ଧୀରେ ଧୀରେ ପଜିଟିଭି ହାର ହ୍ରାସ ସହିତ କୋଭିଡ ସଂକ୍ରମଣର ପ୍ରସାରକୁ ସୀମିତ ରଖିବା ପାଇଁ ଏହି ପରୀକ୍ଷା ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, 24 ଘଣ୍ଟାରେ ଦେଶରେ 78 ହଜାର 524ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 971 ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 68 ଲକ୍ଷ 35 ହଜାର 665ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 58 ଲକ୍ଷ 27 ହଜାର 705 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 02 ହଜାର 425 ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏବେସୁଦ୍ଧା ଦେଶରେ 1 ଲକ୍ଷ 5 ହାଜର 526 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details