ଓଡିଶା

odisha

ETV Bharat / bharat

ଭିଏତନାମ ମନ୍ଦିରରୁ ମିଳିଲା 1100 ବର୍ଷ ପୁରୁଣା ଶିବଲିଙ୍ଗ; 'ସଭ୍ୟତା ସଂଯୋଗ' କହିଲେ ଏସ୍ ଜୟଶଙ୍କର - Shivaling Found By ASI

ଭିଏତନାମର ଚାମ ମନ୍ଦିର କମ୍ପ୍ଲେକ୍ସରେ ଚାଲିଥିବା ଏକ ପ୍ରକଳ୍ପର ପୁନରୁଦ୍ଧାର ଓ ସଂରକ୍ଷଣ ସମୟରେ ପ୍ରତ୍ନତାତ୍ତ୍ବିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଦ୍ବାରା 9 ମ ଶତାବ୍ଦୀର ଖଣ୍ଡିଏ ପଥରରେ ଗଢ଼ା ସ୍ତମ୍ଭାକୃତିର ବାଲୁକା ଶିବଲିଙ୍ଗ ଆବିଷ୍କାର ହୋଇଛି ।

ଭିଏତନାମ ମନ୍ଦିର
ଭିଏତନାମ ମନ୍ଦିର

By

Published : May 28, 2020, 9:41 AM IST

ନୂଆଦିଲ୍ଲୀ: ଭିଏତନାମର ଚାମ ମନ୍ଦିର କମ୍ପ୍ଲେକ୍ସରେ ଚାଲିଥିବା ଏକ ପ୍ରକଳ୍ପର ପୁନରୁଦ୍ଧାର ଓ ସଂରକ୍ଷଣ ସମୟରେ ପ୍ରତ୍ନତାତ୍ତ୍ବିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଦ୍ବାରା 9 ମ ଶତାବ୍ଦୀର ଖଣ୍ଡିଏ ପଥରରେ ଗଢ଼ା ସ୍ତମ୍ଭାକୃତିର ବାଲୁକା ଶିବଲିଙ୍ଗ ଆବିଷ୍କାର ହୋଇଛି । ଏହା ଅତ୍ୟନ୍ତ ସୂକ୍ଷ୍ମ ଗଠନ ଶିବଲିଙ୍ଗ | ଏହାପୂର୍ବରୁ ମାଇଁ ସନ ମନ୍ଦିର କମ୍ପ୍ଲେକ୍ସରେ ଅନ୍ୟ 6ଟି ଶିବ ଲିଙ୍ଗ ଉଦ୍ଧାର ହୋଇସାରିଛି ।

ଏହି ଶିବଲିଙ୍ଗ ଆବିଷ୍କାର ଉପରେ ଏଏସଆଇକୁ ପ୍ରଶଂସା କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଏହି ସନ୍ଧାନ ସମଗ୍ର ବିଶ୍ବରେ ଭଗବାନ ଶିବଙ୍କ ଭକ୍ତଙ୍କ ମଧ୍ୟରେ ଭାରତ ଓୋ ଭିଏତନାମ ମଧ୍ୟରେଏକ “ସଭ୍ୟତା ସଂଯୋଗ” ବୋଲି ପ୍ରମାଣିତ କରିଛି । ସେ ଖନନରୁ ଫଟୋ ଟ୍ବିଟ୍ କରି 2011 ରେ ଏହି ସ୍ଥାନକୁ ତାଙ୍କର ଗସ୍ତକୁ ମନେ ପକାଇନ୍ତି ।

ମନ୍ଦିର କମ୍ପ୍ଲେକ୍ସ 9ମ ଶତାବ୍ଦୀରେ ରାଜା ଇନ୍ଦ୍ରବର୍ମନ ଦ୍ବିତୀୟଙ୍କ ସମୟରେ ନିର୍ମିତ ହୋଇଥିଲା ଯିଏ କି କ୍ବାଙ୍ଗ ନାମ୍ ପ୍ରଦେଶରେ ପ୍ରସିଦ୍ଧ ଡୋଙ୍ଗ ଡୁଙ୍ଗ ବୌଦ୍ଧ ମଠ ମଧ୍ୟ ନିର୍ମାଣ କରିଥିଲେ। 1903-1904 ମସିହାରେ ଫରାସୀ ବିଶେଷଜ୍ଞମାନେ ଜଟିଳ ଅବସ୍ଥାରେ ମନ୍ଦିର କମ୍ପ୍ଲେକ୍ସ ଆବିଷ୍କାର କରିଥିଲେ ।

ସେହି ସମୟରେ ଖନନ ସମୟରେ ଫ୍ରାନ୍ସର ପ୍ରତ୍ନତତ୍ତ୍ବବିତ୍ ମାନେ ଏହି ମନ୍ଦିର ସ୍ଥଳରେ ଗ୍ରୁପ୍ ‘ଏ’ରେ ଜଣେ ଶିବଲିଙ୍ଗଙ୍କ ଉପସ୍ଥିତି ବିଷୟରେ ବର୍ଣ୍ଣନା କରିଥିଲେ। ତଥାପି, ସେହି ସମୟରେ ସୀମିତ ଖନନ କ୍ଷମତା ହେତୁ ଏହା ପୁନରୁଦ୍ଧାର ହୋଇପାରିଲା ନାହିଁ | ପରବର୍ତ୍ତୀ ସମୟରେ, ଭିଏତନାମରେ ରାଜନୈତିକ ବିଶୃଙ୍ଖଳା ଏବଂ ଯୁଦ୍ଧ ମନ୍ଦିର କମ୍ପ୍ଲେକ୍ସକୁ ଆହୁରି ଧ୍ବଂସ କରିଦେଲା |

ପ୍ରତ୍ନତତ୍ତ୍ବିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ର ଏକ 4 ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଭିଏତନାମର କ୍ବାଙ୍ଗ ନାମ ପ୍ରଦେଶର ମାଇଁ ସନ୍ ଠାରେ ବିଶ୍ବ ଐତିହ୍ୟ ସ୍ଥଳରେ ପୁନରୁଦ୍ଧାର ଓ ସଂରକ୍ଷଣ କାର୍ଯ୍ୟ (ଜାନୁଆରୀ-ଜୁନ୍ 2020 ର ବାର୍ଷିକ କାର୍ଯ୍ୟ ସୂଚୀରେ ନିୟୋଜିତ ରହିଛନ୍ତି |

ABOUT THE AUTHOR

...view details