ଓଡିଶା

odisha

ETV Bharat / bharat

ହନୁମାନ ଜୟନ୍ତୀରେ ଭୋଗ ହେବ 11 ହଜାର କେଜିର ଲଡୁ - hanuman jayanti

ମଧ୍ୟପ୍ରଦେଶ ସ୍ଥିତ ଜବଲପୁରରେ କିଛି ହନୁମାନ ଭକ୍ତ ମିଶି ହନୁମାନ ଜୟନ୍ତୀ ଉପଲକ୍ଷେ ବେସନରେ ବିଶାଳକାୟ ମଗଜ ଲଡୁ ପ୍ରସ୍ତୁତ କରିବାନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

jabalpur
ହନୁମାନ ଜୟନ୍ତୀରେ ମହାପ୍ରସାଦ ହେବ 11 ହଜାର କେଜିର ଲଡୁ

By

Published : Feb 13, 2020, 2:47 PM IST

ଭୋପାଳ: ଆପଣ ବିଭିନ୍ନ ପ୍ରକାରର ଲଡୁ ଖାଇଥିବେ ଆଉ ଦେଖିଥିବେ ମଧ୍ୟ। ହେଲେ ଆମେ ଆପଣଙ୍କୁ ଏପରି ଏକ ଲଡୁ ବିଷୟରେ କହିବାକୁ ଯାଉଛୁ ହୁଏତ ଆପଣ କେବେ ଦେଖିନଥିବେ। ତେବେ ସେହିଭଳି ଏକ ଲଡୁ ପ୍ରସ୍ତୁତ ହେବାକୁ ଯାଉଛି ମଧ୍ୟପ୍ରଦେଶର ଜବଲପୁରରେ। ଯାହାର ଓଜନ ରହିଛି 11 ହଜାର କେଜି। ଆଉ ଏହାର ପ୍ରତିକାତ୍ମକ ଢାଞ୍ଚା ପ୍ରସ୍ତୁତ କରାଯାଇ ଜବଲପୁର ସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷ କେନ୍ଦ୍ରୀୟ ଜେଲରେ ତିଆରି କରାଯାଇଥିଲା। ଯାହା ଏବେ ପ୍ରଦର୍ଶନୀ ପାଇଁ ପ୍ରାଚୀନ ପଚମଠା ମନ୍ଦିରରେ ରଖାଯାଇଛି।

ହନୁମାନ ଜୟନ୍ତୀରେ ମହାପ୍ରସାଦ ହେବ 11 ହଜାର କେଜି ଲଡୁ

ମୁଖ୍ୟ କଥା ହେଉଛି ଯେ, ବେସନରେ ପ୍ରସ୍ତୁତ ହେବାକୁ ଥିବା ଏହି ବିଶାଳକାୟ ମାତ୍ରାର ମଗଜ ଲଡୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ତିଆରି କରିବାକୁ ପ୍ରୟାସ କରାଯାଇନାହିଁ । ତେବେ ଚଳିତବର୍ଷ ଏପ୍ରିଲ 8 ତାରିଖରେ ହନୁମାନ ଜୟନ୍ତୀ ପଡୁଛି । ଏହି ଲଡୁକୁ ପ୍ରଭୁ ରାମଙ୍କ ଭକ୍ତ ହନୁମାନଙ୍କ ପାଖରେ ଅର୍ପଣ କରିବା ନେଇ ହନୁମାନ ଭକ୍ତ ମାନେ ଯୋଜନା କରିଛନ୍ତି। ଆଉ ଏଥିପାଇଁ ବିଶେଷ ଭାବେ ଗ୍ବାଲିୟରରୁ କାରିଗର ମାନଙ୍କୁ ଡକାଯାଇଛି । ଜୟନ୍ତୀର 10 ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ।

ହନୁମାନଙ୍କ ପାଇଁ 11 ହଜାର କେଜି ଲଡୁ

ସହରର ପ୍ରାଚୀନ ପଚମଠା ମନ୍ଦିରରେ ହୁମାନ ଜୟନ୍ତୀ ଅବସରରେ ପ୍ରତ୍ୟେକ ବର୍ଷ ବିଶେଷ ଆୟୋଜନ କରାଯାଇଥାଏ । କିନ୍ତୁ ଚଳିତବର୍ଷର ମହାପ୍ରସାଦ ଭାବେ ତିଆରି କରାଯାଉଥିବା 11 ହଜାର କେଜିର ଲଡୁ ବିଶେଷ ମହତ୍ବ ଅଟେ। ଏହି ମହାପ୍ରସାଦକୁ ଲିମକା ବୁକ ଅଫ ଓ୍ବାଲର୍ଡ ରେକର୍ଡରେ ସାମିଲ କରିବା ନେଇ ପ୍ରୟାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details