ଓଡିଶା

odisha

By

Published : Apr 27, 2020, 11:36 PM IST

ETV Bharat / bharat

ସୁସ୍ଥ ପରେ ଗିରଫ ହେଲେ 11 ଇଣ୍ଡୋନେସିଆ ନାଗରିକ

ଏମାନଙ୍କ ଭିତରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା । ବାକି 10 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଅଧିକ ପଢନ୍ତୁ...

11 Tablighi Jamaat members from Indonesia arrested
ସୁସ୍ଥ ପରେ ଗିରଫ ହେଲେ 11 ଇଣ୍ଡୋନେସିଆ ନାଗରିକ

ମୁମ୍ବାଇ: ତବଲିଗୀ ଜମାତର 11 ସଦସ୍ୟଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏମାନେ ସମସ୍ତେ ଇଣ୍ଡୋନେସିଆ ନାଗରିକ । ସମସ୍ତଙ୍କ କ୍ବାରେନଣ୍ଟାଇନ ପିରିୟଡ ଶେଷ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି ।

କଟକଣା ସତ୍ତ୍ବେ ତବଲିଗୀ ସମାବେଶରେ ଯୋଗ ଦେଇ କୋରୋନା ସଂକ୍ରମଣ ବଢାଇବା ଅଭିଯୋଗ ଏମାନଙ୍କ ନାମରେ ରହିଛି । ଏହାସହ ଭିସା ନିୟମ ଉଲ୍ଲଂଘନ ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଛି । କୋରୋନା ସଂକ୍ରମିତ ଥିବା ସତ୍ତ୍ବେ ପରୀକ୍ଷା ନ କରାଇ ଏମାନେ ସମାବେଶରୁ ସିଧା ମୁମ୍ବାଇ ବୁଲିବାକୁ ଆସିଥିଲେ ।

ତେବେ ଏମାନଙ୍କ ଭିତରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା । ବାକି 10 ଜଣଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଥିଲା । ତେବେ ସମସ୍ତଙ୍କ ଶେଷ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ଗତ ଏପ୍ରିଲ 23ରେ ଏମାନେ ଗିରଫ ହୋଇଥିଲେ । ଆସନ୍ତା 28 ଯାଏଁ ଏମାନଙ୍କୁ ପୋଲିସ ରିମାଣ୍ଡରେ ନେଇଛି ବୋଲି ମୁମ୍ବାଇ ଜୋନ 9ର ଡିସିପି ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details