ଓଡିଶା

odisha

By

Published : Aug 8, 2020, 9:44 AM IST

ETV Bharat / bharat

‘11 ରାଜ୍ୟରେ ହୋଇନାହିଁ ଦ୍ବିତୀୟ ପର୍ଯ୍ୟାୟ ମାଗଣା ଖାଦ୍ୟ ବିତରଣ’

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ମାଗଣା ଖାଦ୍ୟ ସାମଗ୍ରୀ । ତେବେ ଲକଡାଉନର ପ୍ରଥମ ତିନିମାସ ଖାଦ୍ୟ ଯୋଗାଯିବା ପରେ ଜୁଲାଇ ମାସରୁ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଯେଉଁଥିରେ ଏବେ ବି 11 ରାଜ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିନାହାଁନ୍ତି । ଅଧିକ ପଢନ୍ତୁ...

‘11 ରାଜ୍ୟରେ ହୋଇନାହିଁ ଦ୍ବିତୀୟ ପର୍ଯ୍ୟାୟ ମାଗଣା ଖାଦ୍ୟ ବିତରଣ’
‘11 ରାଜ୍ୟରେ ହୋଇନାହିଁ ଦ୍ବିତୀୟ ପର୍ଯ୍ୟାୟ ମାଗଣା ଖାଦ୍ୟ ବିତରଣ’

ନୂଆଦିଲ୍ଲୀ: ଏବେ ବି ଦେଶର 11 ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ମାଗଣା ଖାଦ୍ୟ ବିତରଣ ହୋଇନାହିଁ । ଜୁଲାଇ ସୁଦ୍ଧା ପାଖାପାଖି 62 ପ୍ରତିଶତ ଖାଦ୍ୟ 49.87 କୋଟି ହିତାଧିକାରୀଙ୍କୁ ଦିଆଯାଇଥିବାବେଳେ ଏବେ ବି 11 ରାଜ୍ୟରେ ଏହା ଦିଆଯାଇନଥିବା କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ କହିଛନ୍ତି ।

ଯେଉଁଥିରେ ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡ, ନାଗାଲାଣ୍ଡ ପରି ରାଜ୍ୟ ସାମିଲ ଅଛନ୍ତି । ତେବେ ପିଏମଜିକେଏୱାଇ-2.0 ଅଧିନରେ ମାଗଣା ଖାଦ୍ୟ ବିତରଣ ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ବୋଲି ମଧ୍ୟ ସେ କହିଛନ୍ତି । ଏହି ସମୟ ମଧ୍ୟରେ ପାଖାପାଖି 201 ଲକ୍ଷ ଟନର ଖାଦ୍ୟ ସାମଗ୍ରୀ 81 କୋଟି ହିତାଧିକାରୀଙ୍କୁ ବିତରଣ କରିବାର ଲକ୍ଷ୍ୟ ରଖାଯାଇଛି । ଏହାସହ ପ୍ରାୟ 12 ଲକ୍ଷ ଟନର ଡାଲି 19.4 କୋଟି ପରିବାରକୁ ବଣ୍ଟନ କରାଯିବ ବୋଲି କୁହାଯାଇଛି ।

ତେବେ ଜୁଲାଇ ଶେଷ ସୁଦ୍ଧା ପ୍ରାୟ 24.94 ଲକ୍ଷ ଟନ ଖାଦ୍ୟ ସାମଗ୍ରୀ 49.87 କୋଟି ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିବା ସେ ଦର୍ଶାଇଛନ୍ତି । ସେହିପରି ଚଳିତ ଅଗଷ୍ଟ ମାସର ଏବେ ସୁଦ୍ଧା 72,722 ଟନ ଖାଦ୍ୟ ସାମଗ୍ରୀ ପାଖାପାଖି 1.45 କୋଟି ହିତାଧିକାରୀଙ୍କୁ ବଣ୍ଟନ କରାଯାଇସାରିଛି ।

ସୂଚନାଥାଉକି, ଲକଡାଉନ ସମୟରେ ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଯେଉଁଥିରେ ପ୍ରଥମ ତିନି ମାସରେ ପିଏମଜିକେଏୱାଇ 1.0 ଅଧିନରେ 93.5 ପ୍ରତିଶତ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ABOUT THE AUTHOR

...view details