ନୂଆଦିଲ୍ଲୀ: ସାରାବିଶ୍ବରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଏବେ ଭାରତ ବିଶ୍ବରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି । କିନ୍ତୁ ଦେଶର 11ଟି ରାଜ୍ୟରେ 500ରୁ କମ ଆକ୍ରାନ୍ତ ହୋଇଥିବାବେଳେ ବହୁତ କମ ମୃତ୍ୟୁ ରେକର୍ଡ ହୋଇଛି ।
ଭାରତରେ ଏବେ କୋରୋନା ଆକ୍ରାନ୍ତ 320,922କୁ ବୃଦ୍ଧି ପାଇଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା 9,000 ଅତିକ୍ରମ କରିଛି । ଦେଶରେ ସଂକ୍ରମଣର 70% ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି ।
ତେବେ ଦାଦ୍ରା ଓ ନାଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ ଏହି ଦୁଇଟି ସ୍ଥାନରେ 35ଟି କୋଭିଡ୍ -19 ମାମଲା ରହିଛି ଏବଂ ଦୁଇଜଣ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ମୃତ୍ୟୁ ହୋଇନାହିଁ ।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ: ଏହି ଦ୍ୱୀପପୁଞ୍ଜରେ 38ଟି କୋଭିଡ୍ -19 ମାମଲା ରହିଛି ଏବଂ 33ଜଣ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନାହିଁ ।
ମେଘାଳୟ: ଏହି ଉତ୍ତର-ପୂର୍ବ ରାଜ୍ୟରେ 44ଟି କୋଭିଡ୍ -19 ମାମଲା ରହିଛି ଏବଂ ଆଜି ପର୍ଯ୍ୟନ୍ତ ଗୋଟିଏ ମୃତ୍ୟୁ ଘଟିଛି ଏବଂ 22 ଜଣ ସୁସ୍ଥ ହୋଇଛନ୍ତି ।
ସିକ୍କିମ୍: ସିକ୍କିମରେ 63ଟି କୋଭିଡ୍ -19 ମାମଲା ଅଛି, 4 ଜଣ ସୁସ୍ଥ ଏବଂ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନାହିଁ ।