ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ରିଟର୍ଣ୍ଣିଂ ଅଫିସର ବିରୋଧରେ କୋର୍ଟ ଗଲେ 11 ଆଶାୟୀ ପ୍ରାର୍ଥୀ - ଦିଲ୍ଲୀ ହାଇକୋର୍ଟ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିବା 11 ଜଣ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାର ଅନୁମତି ଦିଆଗଲା ନାହିଁ ବୋଲି ଦର୍ଶାଇ ଯାଚିକା ଦାୟର କରିଛନ୍ତି ।

Delhi High court
ଦିଲ୍ଲୀ ନିର୍ବାଚନ: ରିଟର୍ଣ୍ଣିଂ ଅଫିସର ବିରୋଧରେ କୋର୍ଟ ଗଲେ 11 ଆଶାୟୀ ପ୍ରାର୍ଥୀ

By

Published : Jan 27, 2020, 3:09 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ରଖିଥିବା 11 ଜଣ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ସେମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାର ଅନୁମତି ଦିଆଗଲା ନାହିଁ ବୋଲି ଦର୍ଶାଇ ଯାଚିକା ଦାୟର କରିଛନ୍ତି । ଯାହାର ଶୁଣାଣି ଆସନ୍ତାକାଲି ଅର୍ଥାତ ଜାନୁଆରୀ 28 ତାରିଖରେ ହେବ ।

ଯାଚିକାରେ ଦର୍ଶାଯାଇଛି ଯେ, ରିଟର୍ଣ୍ଣିଂ ଅଫିସର ସେମାନଙ୍କର ନାମାଙ୍କନ ପତ୍ର ସ୍ବୀକାର କରିନାହାଁନ୍ତି । ତେଣୁ ନାମାଙ୍କନ ପତ୍ର ଦାଖଲ କରିବାକୁ ସୁଯୋଗ ଦେବା ସହ ଯେପର୍ଯ୍ୟନ୍ତ ଦାଖଲ ନହୋଇଛି ସେପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାନଯାଉ । ଦିଲ୍ଲୀରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଜାନୁଆରୀ 21 ତାରିଖ ଥିଲା ।

ଯାଚିକାରେ କୁହାଯାଇଛି କି, ‘ସମସ୍ତେ ଜାନୁଆରୀ 20 ତାରିଖରେ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ । ତେବେ ସେମାନଙ୍କୁ ଟୋକନ ବି ଦିଆଯାଇଥିଲା । କିନ୍ତୁ 20 ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହୋଇନପାରିବାରୁ ସେମାନେ 21 ତାରିଖରେ ଯାଇଥିଲେ । ହେଲେ ରିଟର୍ଣ୍ଣିଂ ଅଫିସର ସେମାନଙ୍କର ଟୋକନ ସ୍ବୀକାର କରିନଥିଲେ । ଯଦିଓ ମୁଖ୍ୟମନ୍ତ୍ରୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଅନୁମତି ଦେଇଥିଲେ ।’ ତେବେ ଏସବୁ କେଜ୍ରିୱାଲଙ୍କ ପାଇଁ ହୋଇଥିବା ସେମାନେ ଯାଚିକାରେ ଦର୍ଶାଇଛନ୍ତି ।

ABOUT THE AUTHOR

...view details