ଜୟପୁର: ରାଜସ୍ଥାନର ଯୋଧପୁର ସ୍ଥିତି ଦେଚୁ ଥାନା କ୍ଷେତ୍ର ଲୋଡତା ଗାଁରେ ଗୋଟିଏ ପରିବାରର 11 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ପାଇ ପୋଲିସ ଉକ୍ତ ଅଞ୍ଚଳରେ ପହଞ୍ଚି ଦେଖିଲା ବେଳକୁ 11 ଜଣଙ୍କ ମୃତଦେହ ପଡିଥିବାବେଳେ, ସେଠାରେ ଆଉ ଜଣେ ଗୁରୁତର ଅବସ୍ଥାରେ ପଡିଥିଲା । ପୋଲିସ ଗୁରୁତରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତକଙ୍କ ମଧ୍ୟରେ 2 ଜଣ ପୁରୁଷ, 4 ଜଣ ମହିଳା ଓ 5 ଜଣ ଶିଶୁ ରହିଛନ୍ତି ।
ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୃତକ ମାନେ ପାକ ବିସ୍ତାପିତ ଭୀଲ ସମାଜର ଅଟନ୍ତି । କିଛି ଦିନ ପୂର୍ବରୁ ସେମାନେ ପାକିସ୍ତାନରୁ ଯୋଧପୁର ଆସିଥିଲେ । ଆଉ ସମସ୍ତ ମୃତ ଲୋଡତା ଗାଁର ଏକ ଜମିରେ କାମ କରୁଥିଲେ ଆଉ ନିକଟରେ ଏକ କୁଡିଆ ଘର ତିଆରି କରି ସେଠାରେ ସମସ୍ତ ପରିବାର ରହୁଥିଲେ ।