ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 11 ବ୍ରିଟେନ ଫେରନ୍ତା କୋରୋନା ଆକ୍ରାନ୍ତ - ଦିଲ୍ଲୀରେ 11 ଯାତ୍ରୀ କୋରୋନା ସଂକ୍ରମିତ

ପୁଣି ଡରାଉଛି କୋରୋନା ଭାଇରସ। ବ୍ରିଟେନରୁ ଦିଲ୍ଲୀକୁ ଫେରିଥିବା 11 ଯାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

11 passengers who have come from Britain to new delhi have been found corona positive
ଦିଲ୍ଲୀରେ 11 ବ୍ରିଟେନ ଫେରନ୍ତା କୋରୋନା ଆକ୍ରାନ୍ତ

By

Published : Dec 23, 2020, 10:53 PM IST

ନୂଆଦିଲ୍ଲୀ:ପୁଣି ଡରାଉଛି କୋରୋନା ଭାଇରସ । ବ୍ରିଟେନରୁ ଫେରିଥିବା 11 ଯାତ୍ରୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଆଜି(ବୁଧବାର) ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଦିଲ୍ଲୀରେ 6 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର 5ଶହରୁ ଅଧିକ ଲୋକ ବ୍ରିଟେନରୁ ଫେରିଥିଲେ। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା ।

ଆରଟି-ପିସିଆର ଟେଷ୍ଟ ବେଳେ ମଙ୍ଗଳବାର 5 ଜଣ କୋରୋନା ସଂକ୍ରମିତ ହୋଇଥିଲେ । ଆଜି(ବୁଧବାର) 6 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହି ସଂଖ୍ୟା 11ରେ ପହଞ୍ଚିଛି । କୋରୋନା ସଂକ୍ରମିତଙ୍କ ନମୁନା ରୋଗ ନିୟନ୍ତ୍ରଣ ପାଇଁ କେନ୍ଦ୍ର (center for disease control)କୁ ପଠାଯାଇଛି । ଏମାନେ ନୂଆ ଷ୍ଟ୍ରେନ କୋରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ସେନେଇ ପରୀକ୍ଷା କରାଯିବ।

11 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦିଲ୍ଲୀରେ ଆଲର୍ଟ ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ କୋରୋନା ପ୍ରକାର ଭେଦ ଜଣା ପଡ଼ିନାହିଁ । ସୋମବାର ଓ ମଙ୍ଗଳବାର ଦିନ ବ୍ରିଟେନରୁ ଦିଲ୍ଲୀକୁ 950ରୁ ଅଧିକ ଯାତ୍ରୀ ଫେରିଛନ୍ତି । ଏମାନେ ବ୍ରିଟେନର ଚାରୋଟି ଭିନ୍ନଭିନ୍ନ ସ୍ଥାନରୁ ଦିଲ୍ଲୀ ଫେରିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା 50 ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ନିଜକୁ ଆଇସୋଲେଟ କରି ରଖିବାକୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details