ଅମ୍ରିତସର: ପଞ୍ଜାବରେ ଗୁରୁବାର ନୂଆ 11ଟି କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 197 ପହଞ୍ଚିଛି । ଏହାସହ 14 ଜଣଙ୍କର ମୃତ୍ୟୁ ହୋଇଛି ।
ଗୁରୁବାର ଆସିଥିବା ପଜିଟିଭ ମଧ୍ୟରୁ 9 ଜଣ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଦିଲ୍ଲୀ ତବଲିଘି ଫେରନ୍ତାଙ୍କ ସହ ଏମାନେ ମିଶିଥିବା ନେଇ ସୂଚନା ରହିଛି । ସେହିପରି ବାକି 2 ଜଣଙ୍କର ପୂର୍ବରୁ ସାଙ୍ଘାତିକ ସଂକ୍ରମଣ ରୋଗ ଥିଲା ବୋଲି ଜଣାପଡିଛି ।