ଓଡିଶା

odisha

ETV Bharat / bharat

ପୁଣି 11 ଚିହ୍ନଟ ପରେ ଏମ୍ସରେ 206 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ - ଏମ୍ସରେ 206 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ

ଦେଶରେ ଅତି ଗମ୍ଭୀର ହେଉଛି କୋରୋନା ପରିସ୍ଥିତି । ସବୁଠାରୁ ବଡ ସରକାରୀ ହସ୍ପିଟାଲ ଏମ୍ସରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ପୁଣି 11 ଚିହ୍ନଟ ପରେ ଏମ୍ସରେ 206 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ
ପୁଣି 11 ଚିହ୍ନଟ ପରେ ଏମ୍ସରେ 206 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ

By

Published : May 30, 2020, 2:30 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ହସ୍ପିଟାଲ ଏମ୍ସରେ କୋରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଛି । ଶୁକ୍ରବାର 11 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣ ରେସିଡେଣ୍ଟାଲ ଡାକ୍ତର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି ।

ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁସାରେ, ଫେବୃୟାରୀ 1ରେ ହସ୍ପଟାଲରେ ପ୍ରଥମ ଥର କୋରୋନା ଚିହ୍ନଟ ହୋଇଥିଲା । ଏବେ ଏହା 206ରେ ପହଞ୍ଚିଛି । ଯେଉଁଥିରେ 2ଜଣ ଅଧ୍ୟାପକ ରହିଛନ୍ତି । 10 ଜଣ ରେସିଡେଣ୍ଟାଲ ଡାକ୍ତର, 26 ନର୍ସ , 9 ଟେକ୍ନିସିଆନ, 5 ମେସ ୱାର୍କର, 49 ହସ୍ପିଟାଲ ଆଟେଣ୍ଡାଣ୍ଟ, 34 ଜଣ ସାନିଟାଇଜର କର୍ମଚାରୀ ଓ 69 ଜଣ ଗାର୍ଡ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ବସ୍ତିକର ଖବର, ସେଥିରୁ 150 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସୁସ୍ଥ ହୋଇସାରିଛି । ସେମାନେ ଏବେ କାମକୁ ଫେରିଛନ୍ତି । ଗତ ତିନି ମଧ୍ୟରେ 64 ସ୍ବାସ୍ଥ୍ୟକର୍ମୀଙ୍କ ଠାରେ କୋରୋନା ପଜିଟିଭ ମିଳିଛି ।

For All Latest Updates

ABOUT THE AUTHOR

...view details