ପାଟନା: ଜେଲ ଗଲେ 11 ବିଦେଶୀ ନାଗରିକ । ବିହାର ବକ୍ସରରେ ତବଲୀଗ୍ ଜାମାତ ସହ ଜଡିତ 11 ବିଦେଶୀ ନାଗରିକଙ୍କୁ ଭିସା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜେଲ ପଠାଯାଇଥିବା ପୋଲିସ ଅଧୀକ୍ଷକ ଉପେନ୍ଦ୍ର ନାଥ ବର୍ମା କହିଛନ୍ତି।
ଅଧିକାରୀଙ୍କ ଅନୁଯାୟୀ ବିଦେଶୀ ନାଗରିକମାନେ ଇଣ୍ଡୋନେସିଆ ଏବଂ ମାଲେସିଆର ଅଟନ୍ତି। ଇଣ୍ଡୋନେସିଆ ଏବଂ ମାଲେସିଆର 11 ବିଦେଶୀ ନାଗରିକଙ୍କୁ କ୍ବାରେଣ୍ଟିନରେ ରଖାଯାଇଥିଲା । ମାତ୍ର ସେମାନଙ୍କ ରକ୍ତ ନମୂନା ପରୀକ୍ଷାରେ କୋରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନାହିଁ।