ଓଡିଶା

odisha

ETV Bharat / bharat

2013 ମୁଜାଫରନଗର ଦଙ୍ଗା ମାମଲା, 11 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

2013 ମୁଜାଫରନଗର ଦଙ୍ଗା ମାମଲାରେ 11 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି କୋର୍ଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI

By

Published : May 30, 2019, 5:32 AM IST

ମୁଜାଫରନଗର: 2013 ମୁଜାଫରନଗର ଦଙ୍ଗା ଘଟଣାରେ 11 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ବୁଧବାର, ସାକ୍ଷୀ ପ୍ରମାଣ ଅଭାବରୁ ସ୍ଥାନୀୟ କୋର୍ଟ 11 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ।

2013 ମସିହାରେ ହୋଇଥିବା ଏକ ସାମ୍ପ୍ରଦାୟିକ ଦଙ୍ଗାରେ ଅଭିଯୁକ୍ତ ଥିବା 11 ଜଣଙ୍କ ବିରୋଧରେ ପୋଲିସ ପ୍ରମାଣ ଯୋଗାଇ ପାରିଲା ନାହିଁ । ସେମାନଙ୍କ ବିରୋଧରେ ସାକ୍ଷୀ ସାଜିଥିବା 3 ଜଣ ସେମାନଙ୍କ ମନ୍ତବ୍ୟ ବଦଳାଇ ଦେଇଥିଲେ । ଫଳରେ କୋର୍ଟ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ 11 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ।

ସୂଚନା ଥାଉକି, ମଜାଫରନଗର ଓ ସାମଲି ଜିଲ୍ଲାରେ ଦଙ୍ଗା ଫଳରେ 62 ଜଣଙ୍କ ଜୀବନ ଯାଇଥିବାବେଳେ 93 ଜଣ ଆହତ ହୋଇଥିଲେ ଏବଂ 50 ହଜାରରୁ ଅଧିକ ଲୋକେ ବାସହରା ହୋଇଥିଲେ ।

ABOUT THE AUTHOR

...view details