ଓଡିଶା

odisha

ETV Bharat / bharat

ପବଜି ମାୟାରେ ବାୟା ନାବାଳକ - ,gaziabad,

ନିଶା ପାଲଟିଛି ମରାତ୍ମକ ଗେମ ପବଜି। ଆଇନକୁ ଆଖି ଠାର ମାରିଲା ଭଳି ନିର୍ଭୟରେ ଏହି ଗେମ ଖେଳି ଚାଲିଛନ୍ତି ପିଲା। ଆଉ ଶେଷରେ ଅସୁବିଧାର ସାମନା କରୁଛନ୍ତି ପରିବାର।

ପ୍ରତିକାତ୍ମକ ଫଟୋ

By

Published : Mar 19, 2019, 10:46 AM IST

ଗାଜିଆବାଦ: ପିଲାଙ୍କୁ ଘାରିଛି ମାରାତ୍ମକ ପବଜି ନିଶା। ଯେତେ ନିୟମକାନୁନ ଲାଗୁହେଲେ ବି କେହି ମାନିବାକୁ ନାରାଜ। କିଏ ଖେଳ ପାଇଁ ପାଠପଢାକୁ ଭୁଲି ଯାଉଛି ତ ଅନ୍ୟ କିଏ ଏଥିପାଇଁ ପ୍ରାଣ ହରାଉଛି। ତେବେ ପବଜି ଖେଳି ଘର ଛାଡିଛନ୍ତି ଗାଜିଆବାଦର ଜଣେ ଦଶମ ଶ୍ରେଣୀ ଛାତ୍ର। ଆଉ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଙ୍କ ପିତା।


ସୂଚନା ଅନୁସାରେ, ରାଜନଗର ଏକ୍ସଟେନସନ ସୋସାଇଟିରେ ରହୁଥିବା ଶିକ୍ଷକ ଦମ୍ପତି ତାଙ୍କର 2 ସନ୍ତାନଙ୍କ ସହ ରୁହନ୍ତି। ତାଙ୍କର 15 ବର୍ଷର ନାବାଳକ ପୁଅ ପ୍ରାୟ ସମୟ ପବଜି ଖେଳରେ ବ୍ୟସ୍ତ ଥାଏ। ପାଠପଢା ମଧ୍ୟ ଗୋଟିଏ ପ୍ରକାର ଛାଡିଦେଇଥିଲା। ସବୁବେଳେ ଲାପଟପ ଧରି ଖେଳରେ ବ୍ୟସ୍ତ ରହୁଥିଲା। ଆଉ ପବଜିରେ ଚାଟ ମଧ୍ୟ କରୁଥିଲା ବୋଲି କହିଛନ୍ତି ନିଖୋଜ ଛାତ୍ରଙ୍କ ପିତା। ସେହି ଚାଟରେ ଏକ ନୂଆ ଆଇଡି ଖୋଲିବା କଥା ଲେଖାଥିବା କହିଛି ପୋଲିସ।


ମାର୍ଚ୍ଚ 11 ତାରିଖରେ ଏଇ ପାଖକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ନାବାଳକ। ହେଲେ ଆଉ ଘରକୁ ଫେରିନଥିଲେ। ବହୁତ ଖୋଜାଖୋଜି ପରେ ତାଙ୍କର ସ୍କୁଟି ମେଟ୍ରୋ ଷ୍ଟେସନ ନିକଟରୁ ମିଳିଥିଲା। ଘରୁ ଯିବା ସମୟରେ ସାଥିରେ ମାଙ୍କ ମୋବାଇଲ ଫୋନ ଓ 15 ହଜାର ଟଙ୍କା ନେଇଥିବା ଜଣାପଡିଛି।


ତେବେ ଆଉ ଏକ ଘଟଣା ନାବାଳକଙ୍କ ପିତା କହିଛନ୍ତି, 2 ବର୍ଷ ତଳେ ଏମଏସ ଧୋନି ଚଳଚ୍ଚିତ୍ର ଦେଖିବା ପରେ ଧୋନିଙ୍କୁ ଭେଟିବା ପାଇଁ ପୁଅ ଘରୁ ଚାଲିଯାଇଥିଲା। କିନ୍ତୁ କିଛି ଦିନ ଭିତରେ ପୁଣି ଘରକୁ ଫେରିଆସିଥିଲା। ତେବେ ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ଖୁବ ଶୀଘ୍ର ନାବାଳକର ଖବର ମିଳିବ ବୋଲି ଆଶା ରହିଛି।




ABOUT THE AUTHOR

...view details