ଓଡିଶା

odisha

ETV Bharat / bharat

24 ଘଣ୍ଚାରେ ଦେଶରେ ହୋଇଛି 10,86,688 କୋରୋନା ପରୀକ୍ଷା:ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 10 ଲକ୍ଷ 86 ହଜାର 688ଟି କୋରୋନା ଟେଷ୍ଟ କରାଯାଇଛି । ଯେଉଁଥିରେ 80,472 ଲୋକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍ ଦେଶରେ 7 କୋଟି 41 ଲକ୍ଷ 96 ହଜାର 729 ଟେଷ୍ଟ କରାଯାଇଛି ।

24 ଘଣ୍ଚାରେ ଦେଶରେ ହୋଇଛି 10,86,688 କୋରୋନା ପରୀକ୍ଷା
24 ଘଣ୍ଚାରେ ଦେଶରେ ହୋଇଛି 10,86,688 କୋରୋନା ପରୀକ୍ଷା

By

Published : Sep 30, 2020, 10:55 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ବଢି ବଢି ଚାଲିଛି । ଯାହାକୁ ନେଇ ବର୍ତ୍ତମାନ ଦେଶରେ 62 ଲକ୍ଷ ପାର କରିଛି କୋରୋନା ମାମଲା । କୋରୋନାର ଅହେତୁକ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେଶରେ କୋରୋନା ଟେଷ୍ଟକୁ ମଧ୍ୟ ବୃଦ୍ଧି କରାଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 10 ଲକ୍ଷ 86 ହଜାର 688ଟି କୋରୋନା ଟେଷ୍ଟ କରାଯାଇଛି । ଯେଉଁଥିରେ 80,472 ଲୋକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଯାବତ୍ ଦେଶରେ 7 କୋଟି 41 ଲକ୍ଷ 96 ହଜାର 729ଟେଷ୍ଟ କରାଯାଇଛି ।

ପ୍ରକାଶ ଥାଉକି, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 62 ଲକ୍ଷ 25 ହଜାର 764ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 51 ଲକ୍ଷ 87 ହଜାର 826 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 40 ହଜାର 441 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା 24 ଘଣ୍ଟାରେ 1,179 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏଯାବତ୍ ଦେଶରେ 97,497 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details