ଥିରୁଅନନ୍ତପୁରମ୍: କୋଭିଡ-19ରୁ ସୁସ୍ଥ ହେବା ପରେ ଜଣେ 103 ବର୍ଷୀୟା ବୃଦ୍ଧଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ତାଙ୍କୁ ହସ୍ପିଟାଲର କର୍ମଚାରୀମାନେ ଅଭିବାଦନ ଜଣାଇ ଫୁଲତୋଡା ଦେଇଛନ୍ତି । ଏହି ରୋଗରେ ବୟସ୍କ ପାରିଦ୍ ଆକ୍ରାନ୍ତ ହେବାର 20 ଦିନ ମଧ୍ୟରେ ସେ ଭଲ ହୋଇଯାଇଥିଲା | ଜ୍ବର ଓ ଶରୀରରେ ଯନ୍ତ୍ରଣା ହେତୁ କୋଭିଡ ପରୀକ୍ଷା ପାଇଁ ପରୀକ୍ଷା କରାଯାଇଥିଲା ଓ ସେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
କୋଭିଡରୁ ମୁକ୍ତ ହେଲେ 103 ବର୍ଷୀୟା ବୃଦ୍ଧ - କେରଳ
କୋଭିଡ-19 ରୁ ସୁସ୍ଥ ହେବା ପରେ ଜଣେ 103 ବର୍ଷର ଜଣେ ବୃଦ୍ଧଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ହସ୍ପିଟାଲର କର୍ମଚାରୀମାନେ ଅଭିବାଦନ ଜଣାଇ ଫୁଲତୋଡା ଦେଇଛନ୍ତି ।
![କୋଭିଡରୁ ମୁକ୍ତ ହେଲେ 103 ବର୍ଷୀୟା ବୃଦ୍ଧ 103 year old man recovered from COVID 19](https://etvbharatimages.akamaized.net/etvbharat/prod-images/768-512-8477576-910-8477576-1597833672053.jpg)
କୋଭିଡରୁ ମୁକ୍ତ ହେଲେ 103 ବର୍ଷିୟ ବୃଦ୍ଧା
କୋଭିଡରୁ ମୁକ୍ତ ହେଲେ 103 ବର୍ଷିୟ ବୃଦ୍ଧା
ଯଦିଓ କୌଣସି ଗୁରୁତର ଲକ୍ଷଣ ନଥିଲା ତଥାପି ତାଙ୍କ ବୟସକୁ ବିଚାର କରି କଲାମାସେରୀ ମେଡିକାଲ କଲେଜରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । ରାଜ୍ୟରେ କୋଭିଡରୁ ମୁକ୍ତି ପାଇବାରେ ସେ ଅନ୍ୟତମ ବୟସ୍କ ବ୍ୟକ୍ତି | ଏହାପୂର୍ବରୁ ଆଞ୍ଚଲର 105 ବର୍ଷ ବୟସ୍କା ଅସମା ବେବି କୋଲାମର ପ୍ୟାରିପାଲି ମେଡିକାଲ କଲେଜ ହସ୍ପିଟାଲରେ କୋଭିଡ ମୁକ୍ତ ହୋଇଥିଲେ । କୋଟାୟାମ ମେଡିକାଲ କଲେଜ ପୂର୍ବରୁ 93 ଓ 88 ବର୍ଷ ବୟସ୍କା ଦମ୍ପତି କୋଭିଡରୁ ମୁକ୍ତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ