ଓଡିଶା

odisha

ETV Bharat / bharat

ମାୟାନଗରୀକୁ ମହାମାରୀ ମାଡ, 24 ଘଣ୍ଟାରେ 1015 ନୂଆ ମାମଲା ସହ 58 ମୃତ

କୋରୋନାର କାବୁରେ ମୁମ୍ବାଇ। ଗତ 24 ଘଣ୍ଟାରେ ସହରରେ 1015ଟି ନୂଆ ମାମଲା ସହ 58 ଜଣଙ୍କ ଜୀବନ ଯାଇଥିବା ଗ୍ରେଟର ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି।

By

Published : Jun 10, 2020, 9:15 AM IST

ମାୟାନଗରୀ ମୁମ୍ବାଇକୁ ମହାମାରୀ ମାଡ, 24 ଘଣ୍ଟାରେ 1015 ନୂଆ ମାମଲା ସହ 58 ମୃତ
ମାୟାନଗରୀ ମୁମ୍ବାଇକୁ ମହାମାରୀ ମାଡ, 24 ଘଣ୍ଟାରେ 1015 ନୂଆ ମାମଲା ସହ 58 ମୃତ

ମୁମ୍ବାଇ: ମାୟାନଗରୀରେ ମହାମାରୀର କରାଳ ରୂପ। ସମଗ୍ର ରାଜ୍ୟରେ ଏବେ ବହୁଛି ସଂକ୍ରମଣର ହାୱା। ପ୍ରତ୍ୟେକ ଦିନ ବାହାରୁଛନ୍ତି ହଜାର ହଜାର ଆକ୍ରାନ୍ତ। ଦିନ ବଢିବା ସହ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ସଂକ୍ରମଣର ପେଣ୍ଠସ୍ଥଳୀ ପାଲଟିଥିବା ଏହି ସହର ନାଁ ଶୁଣିଲେ ମନରେ ଏବେ ଆତଙ୍କ ଖେଳିଯାଉଛି।

ତେବେ ମଙ୍ଗଳବାର ସୁଦ୍ଧା ସହରରୁ 1015ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାସହ 24 ଘଣ୍ଟାରେ 58 ଜଣଙ୍କ ଜୀବନ ଯାଇଥିବା ଗ୍ରେଟର ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି। ସହରରେ ସମୁଦାୟ ପଜିଟିଭ୍ ମାମଲା 50, 878 ଥିବା ବେଳେ ସକ୍ରିୟ ମାମଲା 26,178 ରହିଛି। 22,493 ଜଣ ସୁସ୍ଥ ହୋଇଥିବା ବେଳେ ମଙ୍ଗଳବାର ସୁଦ୍ଧା 908 ଜଣଙ୍କୁ ଡିସଚାର୍ଜ କରାଯାଇଛି। ସେହିପରି 1760 ଜଣଙ୍କ ଏବେ ସୁଦ୍ଧା ମୃତ୍ୟୁ ହୋଇଛି।

ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ କୋରୋନା ସ୍ଥିତି ଅଣାୟତ। ଦେଶର ଅର୍ଦ୍ଧାଧିକ କୋରୋନା ଆକ୍ରାନ୍ତ ଏଠାରୁ ହିଁ ରେକର୍ଡ କରାଯାଇଛି। ରାଜ୍ୟରେ କୋରୋନା ସଂକ୍ରମଣ 90 ହଜାର ପାର କଲାଣି। ଆଉ କିଛିଟା ଦିନ ପରେ ଏହା ଲକ୍ଷେ କ୍ଲବରେ ସାମିଲ ହୋଇଯିବ। ବୁଧବାର ମହାରାଷ୍ଟ୍ରରେ 2,259 ନୂଆ କୋଭିଡ୍ ମାମଲା ସହ 120 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଲଗାତର ଷଷ୍ଠ ଦିନରେ ଭାରତରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମଣ ଚିହ୍ନଟ କରାଯାଇଛି। 24 ଘଣ୍ଟାରେ 9,987 ମାମଲା ରିପୋର୍ଟ ହୋଇଥିବା ବେଳେ ଦେଶବ୍ୟାପୀ 2.66 ଲକ୍ଷରେ ପାର କରିଛି ସଂକ୍ରମଣ ହାର।

ABOUT THE AUTHOR

...view details