ହାଇଦ୍ରାବାଦ: ସାରା ଦେଶରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ ମାତ୍ର 3ଦିନ ବାକି ରହିଛି । ଏହାଭିତରେ ଗୁରୁବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ରିଲିଫ ବିମାନରେ ଆମେରିକୀୟ ନାଗରିକଙ୍କ ଆଉ ଏକ ବ୍ୟାଚ୍ ସ୍ବଦେଶକୁ ଉଡାଣ ଭରିଛନ୍ତି ।
ଏହି ବିମାନ ଆମେରିକୀୟ ନାଗରିକମାନଙ୍କୁ ମୁମ୍ବାଇରେ ପହଞ୍ଚାଇବା । ସେଠାରୁ ସମସ୍ତେ ସ୍ବଦେଶ ଅଭିମୁଖେ ଯାତ୍ରା କରିବେ । ଏହି ବ୍ୟାଚରେ ମୋଟ 101 ଆମେରେକୀୟ ନାଗରିକ ରହିଛନ୍ତି ।