ନୂଆଦିଲ୍ଲୀ: ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏପଟେ ସଂକ୍ରମଣ ସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଇବାରେ ଲାଗିଛି।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 10 ହଜାର 064ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି। ସେହିପରି 137 ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂକ୍ରମଣକୁ ମିଶାଇ 1 କୋଟି 05 ଲକ୍ଷ 81 ହଜାର 837ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1 ଲକ୍ଷ 52 ହଜାର 556ରେ ପହଞ୍ଚିଛି।