ଓଡିଶା

odisha

ଏହି ମନ୍ଦିରରେ ହୋଇଥାଏ ଅଖରୋଟ ବର୍ଷା, ଜାଣନ୍ତୁ ଏହା ପଛର ରହସ୍ୟ

ପାହାଡି ରାଜ୍ୟ ହିମାଚଳପ୍ରଦେଶରେ ଥିବା ବହୁ ପୁରାତନ ବୈଜନାଥ ମନ୍ଦିରରେ ହୋଇଥାଏ ଅଖରୋଟ ବର୍ଷା। ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ କାହାଣୀ ...

By

Published : Nov 11, 2019, 6:30 AM IST

Published : Nov 11, 2019, 6:30 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ


ସିମଲା: ହିମାଚଳପ୍ରଦେଶ ଧର୍ମଶାଳା ଜିଲ୍ଲାରେ ଅବସ୍ଥିତ ରହିଛି ଐତିହାସିକ ବୈଜନାଥ ଶିବ ମନ୍ଦିର। ରବିବାର ଏ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ। ଆଉ ଆଳତି ପରେ ଏଠାରେ 10 ହଜାର ଅଖରୋଟ ବର୍ଷା କରାଯାଏ। ଯାହା ମନ୍ଦିରରେ ଉପସ୍ଥିତ ଥିବା ଶହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଭାବେ ଏହି ଅଖରୋଟ ବିତରଣ କରାଯାଏ।

ପୌରାଣିକ କଥା ଅନୁସାରେ, ଶଙ୍ଖାସୁର ନାମକ ଏକ ଅସୁର ଇନ୍ଦ୍ରଲୋକ ଅକ୍ତିଆର କରିନେଇଥିଲା। ଏହାକୁ ନେଇ ଦେବତାଗଣ ଭୟଭୀତ ହୋଇ ଗୁମ୍ଫାରେ ରହିବାକୁ ଲାଗିଲେ। ଦେବତାଙ୍କ ପାଖରେ ବୀଜମନ୍ତ୍ର ଥିବା ସତ୍ତ୍ବେ ରାଜପାଠ ହୋଇନଥିଲେ ମଧ୍ୟ ସେମାନେ ଶକ୍ତିଶାଳୀ ଥିଲେ। ଏହା ଜାଣିବା ପରେ ଶଙ୍ଖାସୁର ଦେବତାଙ୍କ ଠାରୁ ବୀଜମନ୍ତ୍ର ନେବାକୁ ଚେଷ୍ଟା କରିଥିଲା। ନିଜର ଜୀବନ ରକ୍ଷା ପାଇଁ ଦେବଗଣ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିକଟରେ ଶରଣ ପଶିଥିଲେ। ଏହାପରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ସାହାର୍ଯ୍ୟ ଲୋଡିଥିଲେ। ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ଶଙ୍ଖାସୁରର ବଧ କରିଥିଲେ। ଏହାପରେ ଦେବତାଙ୍କୁ ସେମାନଙ୍କର ରାଜପାଠ ଫେରସ୍ତ କରିଥିଲେ।

ହିମାଚଳପ୍ରଦେଶର ଐତିହାସିକ ବୈଜନାଥ ଶିବ ମନ୍ଦିର

ଏହି ପରମ୍ପରା ଅନୁସାରେ ମନ୍ଦିରରେ ଅଖରୋଟର ବର୍ଷା ହୋଇଥାଏ । ଆଉ ଭକ୍ତ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ବୈଜନାଥ ମନ୍ଦିରର ପୂଜକ କୁହନ୍ତି ଯେ, ମନ୍ଦିରରେ ଥିବା ମା' ପିତାମ୍ବରୀ ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ଯାଇ ଅଖରୋଟର ବର୍ଷା କରାଯାଏ।

ABOUT THE AUTHOR

...view details