ଓଡିଶା

odisha

ETV Bharat / bharat

ଲଗାଣ ବର୍ଷାରେ ବେହାଲ ତ୍ରିପୁରା: ବାସହୀନ ହେଲେ 10 ହଜାରରୁ ଊର୍ଦ୍ଧ୍ବ

ଚାରିଆଡ଼େ ଆରମ୍ଭ ହୋଇଯାଇଛି ମୌସୁମୀ ଜନିତ ବର୍ଷା । ଲଗାତାର ଦେଶର କେତେକ ରାଜ୍ୟରେ ବର୍ଷା ନିର୍ଦ୍ଦୁମ ଛେଚୁଥିବାବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଘରଦ୍ବାର ସବୁ କିଛି ହରାଇ ବାସହୀନ ହୋଇପଡ଼ିଛନ୍ତି ହଜାର ହଜାର ସଂଖ୍ୟକ ଲୋକେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡି଼ଆ

By

Published : Jul 15, 2019, 11:22 AM IST

ଅଗରତାଲା: ପ୍ରଳୟ ରଚୁଛି ଚଳିତ ମୌସୁମୀ । କରାଳ ରୂପ ଦେଖାଉଛି ବନ୍ୟା । ପାଣି ଘେରରେ ଫସି ରହିଛି ଶତାଧିକ ଘର । ଅଣ୍ଟାଏ ପାଣିରେ ଚାଲିଛି ଜୀବନ ସହ ସଂଘର୍ଷ । ମୁମ୍ବାଇ, ଆସାମ, ବିହାରରେ ବନ୍ୟା ତାଣ୍ଡବ ରଚୁଥିବାବେଳେ ଗତ 2ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ତ୍ରିପୁରା । ରାଜ୍ୟର 2ଟି ଜିଲ୍ଲାର ପାଖାପାଖି 10 ହଜାରରୁ ଊର୍ଦ୍ଧ୍ବ ଲୋକେ ଏବେ ବାସହୀନ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନାର ଅଧିକାରୀଙ୍କ କହିବାନୁଯାୟୀ, ସମସ୍ତ ବାସହରାଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ଏନଡିଆରଏଫ ଟିମ ଓ ସିକ୍ୟୁରିଟି ଫୋର୍ସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସରକାରୀ କୋଠାକୁ 2ଟି ଜିଲ୍ଲାର 8 ହଜାର ଓ 2 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିସହ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇ ରିଲିଫ ପ୍ରଦାନ କରାଯାଉଛି ।

କୌଣସି ଅଘଟଣକୁ ସହଜରେ ଯେମିତି ଏଡାଇ ଦିଆଯାଇପାରିବ, ସେ ନେଇ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ବୋଟ, ରେସକ୍ୟୁ ଟିମକୁ ନିୟୋଜିତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଯୋଗେଇ ଦିଆଯାଉଥିବା ଜଣାପଡ଼ିଛି । ସେପଟେ ପ୍ରବଳ ବର୍ଷାରେ ତ୍ରିପୁରାର ସମସ୍ତ ସ୍ଥିତିକୁ ନୀରିକ୍ଷଣ କରାଯାଉଥିବା କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ।

ABOUT THE AUTHOR

...view details