ଏଥିଯୋଗୁଁ ସେଠାରେ ଥିବା ପୋଲିସ ପୋଷ୍ଟ ପ୍ରଭାବିତ ହୋଇଛି । ପୋଷ୍ଟରେ 4 ଜଣ ରାଜ୍ୟ ପୋଲିସ, 2 ଡଗ ସ୍କ୍ବାଡ ଅଧିକାରୀ, ଦୁଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦୁଇ ଜଣ ଅନ୍ୟାନ୍ୟ ଥିଲେ । ସେପଟେ ହିମସ୍ଖଳନ ପାଇଁ ଅନନ୍ତନାଗରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରାଜ୍ୟରେ ପ୍ରବଳ ତୁଷାରପାତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।
ଜାତୀୟ ରାଜପଥରେ ହିମସ୍ଖଳନ, 10 ପୋଲିସ ନିଖୋଜ - Avalanche Strikes
ଶ୍ରୀନଗର ଜମ୍ମୁ କଶ୍ମୀର ଜାତୀୟ ରାଜପଥରେ ହିମସ୍ଖଳନ । କୁଲଗାମ ଜିଲ୍ଲା ଜବାହାର ସୁଡଙ୍ଗ ନିକଟରେ ହିମସ୍ଖଳନ ଯୋଗୁଁ 10 ଜଣ ସୁରକ୍ଷାକର୍ମୀ ନିଖୋଜ ହୋଇ ଯାଇଛନ୍ତି । ପୋଲିସ ଓ ସେନାର ଉଦ୍ଧାରକାରୀ ଦଳ ମିଳିତ ଭାବେ ନିଖୋଜ ପୋଲିସକର୍ମୀଙ୍କ ସନ୍ଧାନରେ ଲାଗି ପଡିଛନ୍ତି । କାଞ୍ଜିଗୁଡରେ ଜବାହାର ସୁଡଙ୍ଗର ଉତ୍ତରରେ ଧସି ଯାଇଥିଲା ବରଫ ପାହାଡ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ଗତ 24 ଘଣ୍ଟା ମଧ୍ୟରେ କୁଲଗାମ ଜିଲ୍ଲାରେ ସର୍ବାଧିକ ତୁଷାରପାତ ହୋଇଛି । ରାସ୍ତାରେ 5 ଫୁଟ ଉଚ୍ଚତାର ବରଫ ଗଦା ହୋଇଛି । 22 ଜିଲ୍ଲାରୁ 16 ଜିଲ୍ଲାରେ ହିମସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।