ନୂଆଦିଲ୍ଲୀ: ନିୟନ୍ତ୍ରିତ ହେଉନି କୋରୋନା ଚେନ । ଆଜି ପୁଣି ଦିଲ୍ଲୀର ନୋଏଡା ସେକ୍ଟରରୁ 3 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ଏହି 3 ଜଣଙ୍କ ମଧ୍ୟରେ 2 ଜଣ ମାଆ-ଝିଅ ଥିବାବେଳେ ଅନ୍ୟ ଜଣକ ଗ୍ରେଟର ନୋଏଡାର ବୋଲି ଜଣାପଡିଛି । କୋରୋନା ଚିହ୍ନଟ ପରେ ଏହି 2ଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଜ କରି ଦିଆଯାଇଛି । ସେପଟେ, କର୍ଣ୍ଣାଟକର ଏକ 10 ମାସ ଶିଶୁ କୋରୋନା ପଜିଟିଭ ଥିବା ଜଣାପଡିଛି ।
କର୍ଣ୍ଣାଟକରେ 10 ମାସ ଶିଶୁ କୋରୋନା ସଂକ୍ରମିତ - କୋରୋନା ସଂକ୍ରମିତ
ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୋଏଡାର 3ଜଣଙ୍କ ଠାରେ ପଜେଟିଭ ମିଳିଥିବାବେଳେ, କର୍ଣ୍ଣାଟକର 10 ମାସ ଶିଶୁ କୋରୋନା ସଂକ୍ରମିତ।

10 ମାସର ଶିଶୁ ଠାରେ କୋରୋନା ପଜେଟିଭ
ଅନ୍ୟପଟେ ମହାରାଷ୍ଟ୍ରରେ 12 କୋରୋନା ଆକ୍ରାନ୍ତ ଥିବା ସାମ୍ନା ଆସିବା ପରେ ରାଜ୍ୟରେ 147କୁ ବୃଦ୍ଧି ହୋଇଛି କୋରୋନା ରୋଗୀଙ୍କ ସଂଖ୍ୟା । ରାଜସ୍ଥାନରେ 45ଟି କୋରୋନା ମାମଲା ସ୍ପଷ୍ଟ ହେବା ସହ କେବଳ 21ଟି ବିଲୱାର ଅଞ୍ଚଳର ବୋଲି ଜଣାପଡିଛି ।