ଓଡିଶା

odisha

By

Published : Apr 11, 2020, 12:59 PM IST

ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟରରେ 10 ମାସ ଶିଶୁ କନ୍ୟାର ମୃତ୍ୟୁ

ଗତ ଶୁକ୍ରବାର ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଉସ୍କା ବଜାର ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟରେ ଗଠିତ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଏକ 10 ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

baby died
କ୍ବାରେଣ୍ଟିନ୍ ସେଣ୍ଟରରେ 10 ମାସ ଶିଶୁ କନ୍ୟାର ମୃତ୍ୟୁ

ଲକ୍ଷ୍ନୌ: କ୍ବାରେଣ୍ଟାଇନ ସେଣ୍ଟରରେ 10 ମାସ ଶିଶୁର ମୃତ୍ୟୁ । ଗତ ଶୁକ୍ରବାର ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଉସ୍କା ବଜାର ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟରେ ଗଠିତ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଏକ 10 ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

ତେବେ ଶିଶୁଟିକୁ ଆମ୍ବୁଲାନ୍ସରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଶିଶୁଙ୍କ ପରିବାର ଲୋକ ବାହାରୁ ଆସିଥିବାରୁ ତାଙ୍କୁ ବିଦ୍ୟାଳୟରେ ଗଠିତ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ କୁହାଯାଇଥିବା ନେଇ ସୂଚନା ଦେଇଛନ୍ତି ସିଦ୍ଧାର୍ଥନଗର ଡିଏମ ଦୀପକ ମୀନା ।

ଏଥିସହ ସେ କହିଛନ୍ତି, ଗତ ଗୁରୁବାର ସନ୍ଧ୍ୟାରେ ଶିଶୁର ପିତା କହିଥିଲେ ଯେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାବେଳେ ଶିଶୁଠାରେ ମିଳିମିଳା ଲକ୍ଷଣ ଦେଖାଯାଉଛି । ଏହାପରେ ତାଙ୍କ ପରିବାର ଲୋକ ପରଦିନ ସକାଳେ ଆମ୍ବୁଲାନ୍ସକୁ ଡାକି ଶିଶୁଟିକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତରମାନେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ତେବେ ଶିଶୁର ପିତାମାତା ମୁମ୍ବାଇରୁ ଆସିଥିଲେ ଏବଂ ମାର୍ଚ୍ଚ 29 ତାରିଖରୁ କ୍ୟାଣ୍ଟିନ୍ ସେଣ୍ଟରରେ ଥିଲେ । ଉକ୍ତ ପରିବାର ଗତ 13 ଦିନ ହେବ ବିଦ୍ୟାଳୟରେ ରହିଥିଲେ । ଗତ ଶୁକ୍ରବାର ସେମାନଙ୍କର ଶେଷ ଦିନ ଥିଲା । ଏପଟେ ପରିବାର ଲୋକ ଗାଁରେ ଶିଶୁଟର ସମାଧି ଦେଇଥିଲେ ଏବଂ ମୁଁ ତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଥିବା ଡିଏମ୍ କହିଛନ୍ତି।

ABOUT THE AUTHOR

...view details