ଗାଙ୍ଗଟକ: ସିକ୍କିମ ଡେମୋକ୍ରେଟିକ ଫ୍ରଣ୍ଟକୁ( ଏସଡିଏଫ) ଲାଗିଛି ଜୋରଦାର ଝଟକା । ଦଳର 10 ବିଧାୟକ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ଶାସକ ବିଜେପିର ମହାସଚିବ ରାମ ମାଧବ ଓ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେମାନେ ବିଜେପି ମୁଖ୍ୟାଳୟରେ ପହଞ୍ଚି ପଦ୍ମ ଧରିଛନ୍ତି ।
ଏସଡିଏଫ୍କୁ ଝଟକା: ଦଳର 10 ବିଧାୟକ ବିଜେପିରେ ସାମିଲ - ସିକ୍କିମ ଡେମୋକ୍ରେଟିକ ଫ୍ରଣ୍ଟ ବିଧାୟକ
ନିଜ ଦଳ ଛାଡି ବିଜେପିର ସିକିମ୍ ଡେମୋକ୍ରାଟିକ ଫ୍ରଣ୍ଟର(ଏସଡିଏଫ୍) 10 ବିଧାୟକ । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ସେମାନେ ।
ଫଟୋ ସୌଜନ୍ୟ: ଏଏନଆଇ
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସିକ୍କିମ ବିଧାନସଭା ନିର୍ବଚନରେ ପବନ କୁମାର ଚାମଲିଙ୍ଗଙ୍କ ନେତୃତ୍ୱାଧିନ ଏସଡିଏଫ ରାଜ୍ୟର ମୋଟ 32 ବିଧାନସଭା ଆସନରୁ 15ଟିରେ ବାଜିମାତ କରିଥିଲା । ସେଥିମଧ୍ୟରୁ 10 ଜଣ ଦଳୀୟ ବିଧାୟକ ମଙ୍ଗଳବାର ଦଳ ଛାଡି ବିଜେପିରେ ସାମିଲ ହୋଇଯାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରେମ ସିଂହ ତମାଙ୍ଗଙ୍କ ନେତୃତ୍ବାଧିନ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା କ୍ଷମତାସୀନ ଅଛି।
ରାଜ୍ୟ ବିଧାନସଭାରେ ଗୋଟିଏ ହେଲେ ମଧ୍ୟ ଆସନ ପାଇନଥିବା ବିଜେପିର ବିଧାୟକଙ୍କ ସଂଖ୍ୟା ଏବେ ବିଧାନସଭାରେ 10ରେ ପହଞ୍ଚି। ଅନ୍ୟପଟେ ଏସଡିଏଫର ସଭ୍ୟ ସଂଖ୍ଯା 15ରୁ 5 ଖସିଛି।