ଓଡିଶା

odisha

ETV Bharat / bharat

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରୁ ଆସିଥିଲା 10 ଲକ୍ଷ ଟଙ୍କା - ପୁଲୱାମା ଆତଙ୍କବାଦୀ ଆକ୍ରମଣ

ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଭଣଜା ମହମ୍ମଦ ଓମାର ଫାରୁକକୁ 10 ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡିଛି । ଏହି ଟଙ୍କା ତାର ପାକିସ୍ତାନୀ ବ୍ୟାଙ୍କ ଆକାଉଣ୍ଟରେ ପଠାଯାଇଥିବା ଏନଆଇଏ କହିଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରୁ ଆସିଥିଲା 10 ଲକ୍ଷ ଟଙ୍କା
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନରୁ ଆସିଥିଲା 10 ଲକ୍ଷ ଟଙ୍କା

By

Published : Aug 27, 2020, 5:14 PM IST

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ଭଣଜା ମହମ୍ମଦ ଓମାର ଫାରୁକକୁ 10 ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡିଛି । ଏହି ଟଙ୍କା ତାର ପାକିସ୍ତାନୀ ବ୍ୟାଙ୍କ ଆକାଉଣ୍ଟରେ ପଠାଯାଇଥିବା ଏନଆଇଏ କହିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଚାର୍ଜସିଟ ଦାଖଲ ହୋଇଛି । ଏହି ଚାର୍ଜସିଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରାଯାଇଛି ।

ଗତ ବର୍ଷ ଫେବୃଆରୀରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ 40 ଜଣ ଯବାନ ଶହୀଦ ହୋଇଥିଲେ । ଜମ୍ମୁର ଏକ ସ୍ବତନ୍ତ୍ର ଏନଆଇଏ କୋର୍ଟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ବାରା ଦାଖଲ ହୋଇଥିବା 13,800 ପୃଷ୍ଠା ବିଶିଷ୍ଟ ଚାର୍ଜସିଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଅନୁସନ୍ଧାନକାରୀ କହିଛନ୍ତି ଯେ, ଫାରୁକ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ 5.7 ଲକ୍ଷ ଟଙ୍କା ବ୍ୟବହାର କରି ମାରୁତି ଇକୋ କାର, 200 କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ସହାୟତା କ୍ରୟ କରିଥିଲା।

ଅନୁସନ୍ଧାନ ସହ ଜଡିତ ଜଣେ ବରିଷ୍ଠ ଏନଆଇଏ ଅଧିକାରୀ ଏନେଇ କହିଛନ୍ତି, ମାର୍ଚ୍ଚ 2019 ରେ ଭାରତୀୟ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଫାରୁକର ବ୍ୟାଙ୍କ ଆକାଉଣ୍ଟରେ 10 ଲକ୍ଷ ଟଙ୍କା ପାକିସ୍ତାନୀ ମୂଦ୍ରା ଜମା କରାଯାଇଥିଲା। ଏହି ଟଙ୍କା ଫାରୋକର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା । ଏହି ଟଙ୍କା ଆଲିଏଡ୍ ବ୍ୟାଙ୍କ ଏବଂ ମିଜାନ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା।

ଚାର୍ଜସିଟ୍ ଅନୁଯାୟୀ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ସମୁଦାୟ 5.7 ଲକ୍ଷ ଟଙ୍କା ଖର୍ଚ୍ଚ ହୋଥିଲା । ଯାହା ଫାରୁକ ଏବଂ ପାକିସ୍ତାନର ଅନ୍ୟ ଜଣେ ଜୈଶ ହ୍ୟାଣ୍ଡେଲର ମଧ୍ୟରେ ହୋଇଥିବା ଚାଟରେ ପ୍ରକାଶ ପାଇଥିଲା। ଏନଆଇଏ ଏହାର ଚାର୍ଜସିଟରେ ଜୈଶ ମୁଖ୍ୟ ମସୁଦ ଅଜହର, ତା ଭାଇ ଅବଦୁଲ ଅସଗର ଏବଂ ଅମର ଅଲଭି ସମେତ ଅନ୍ୟ 19 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଚାର୍ଜସିଟରେ ଫାରୁକ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ABOUT THE AUTHOR

...view details