ବେଙ୍ଗାଲୁରୁ: କର୍ଣ୍ଣାଟକର ରାଣବେନୁର ତାଲୁକରେ ଦେଖିବାକୁ ମିଳିଛି ରୂପାର ଗଣେଶ ପ୍ରତିମା । ବନ୍ଦେ ମା' ତରମ ଆସୋସିଏସନ 5 କିଲୋଗ୍ରାମ ରୂପାର ଗଣେଶଙ୍କ ମୂର୍ତ୍ତି ପୂଜା କରିଥିବାବେଳେ ସେଥିରେ 5 କ୍ୱିଣ୍ଟାଲ ଫୁଲରେ ଗଜାନନଙ୍କୁ ସଜା ଯାଇଥିବା ଜଣାପଡିଛି ।
5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ବିଘ୍ନବିନାଶକ - 10 Kg Silver Ganapathi Idol Luster with 5 Quintal of Flowers
10 କେଜିର ରୂପା ଗଣପତି ପ୍ରତିମା ଓ 5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ଗଜାନନ । ଅଧିକ ପଢନ୍ତୁ...
![5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ବିଘ୍ନବିନାଶକ 5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ବିଘ୍ନବିନାଶକ](https://etvbharatimages.akamaized.net/etvbharat/prod-images/768-512-8520525-848-8520525-1598110092532.jpg)
5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ବିଘ୍ନବିନାଶକ
5 କ୍ୱିଣ୍ଟାଲ ଫୁଲରେ ପୂଜା ପାଇଲେ ବିଘ୍ନବିନାଶକ
ପ୍ରତିବର୍ଷ ଗଣେଶ ପ୍ରତିମା ସ୍ଥାପନ କରିବାରେ ଆସୋସିଏସନର ନିଜର ଆବେଗ ରହିଛି । ଏବଂ ଏହାର ନାମ ହେଉଛି 'ରାଣବେନୁର କା ରାଜା' ଯାହାର ଅର୍ଥ ରାଣବେନୁରୁର ରାଜା । ଚଳିତ ବର୍ଷ କୋରୋନା ଯୋଗୁଁ ଆସୋସିଏସନ୍ ଧୂମଧାମରେ ଉତ୍ସବ ଆୟୋଜନ କରିନାହାଁନ୍ତି । ବରଂ କୃତ୍ରିମ ଜିନିଷ ଦ୍ୱାରା ବିଭିନ୍ନ ସାଜସଜ୍ଜା କରିବା ପରିବର୍ତ୍ତେ ସେମାନେ ନଡିଆ ବ୍ୟବହାର କରିଥିଲେ ଏବଂ ସୁବର୍ଣ୍ଣ ରଙ୍ଗରେ ରଙ୍ଗ ଦେଇଥିଲେ । ଏହାସହ ବାପ୍ପାଙ୍କୁ କଦଳୀ ଗଛର ଶାଖା ଦ୍ୱାରା ସଜାଇଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ