ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରେ କୋରୋନା ବିପଦ ଗମ୍ଭୀର ହୋଇଛି । ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ କିଛିଦିନ ତଳେ ଏହାର ମେୟର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ପ୍ରଶାସନର ମୁଣ୍ଡବ୍ୟଥା ବଢାଇଛି ଆଗ୍ରା ସେଣ୍ଟ୍ରାଲ ଜେଲ ।
ଆଗ୍ରା ସେଣ୍ଟ୍ରାଲ ଜେଲକୁ କୋରୋନା ବିପଦ: 10 ଆକ୍ରାନ୍ତ, ବଢିପାରେ ସଂଖ୍ୟା - ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ବର୍ତ୍ତମାନ ପ୍ରଶାସନର ମୁଣ୍ଡବ୍ୟଥା ବଢାଇଛି ଆଗ୍ରା ସେଣ୍ଟ୍ରାଲ ଜେଲ । ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ କିଛିଦିନ ତଳେ ଏହାର ମେୟର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ । ଅଧିକ ପଢନ୍ତୁ...
ୟୁପି ଡିଜି ଆନନ୍ଦ କୁମାର କହିଛନ୍ତି ଯେ ଜେଲରେ 10 ଜଣ ଅନ୍ତେବାସୀ କୋଭିଡ-19 ପଜିଟିଭ ହୋଇଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ମେ 6ରେ କୋରୋନା ଆକ୍ରାନ୍ତ ହୋଇଥିବା ଜଣେ ଅନ୍ତେବାସୀଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ । ସେହିପରି ବାରାକରେ ଥିବା ଅନ୍ୟ ଅନ୍ତେବାସୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଆଗାମୀ ଦିନରେ ପ୍ରାୟ 98ରୁ 102 ଜଣ ଅନ୍ତେବାସୀ କୋଭିଡ 19 ପଜିଟିଭ ବାହାରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
କିଛିଦିନ ପୂର୍ବରୁ ସହରର ପରିସ୍ଥିତି ଦେଖି ସ୍ପେଶାଲ ଅଫିସର ଡା. ଆର ସି ପାଣ୍ଡେଙ୍କୁ ଆଗ୍ରାର ଚିଫ୍ ମେଡିକାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା । ମେୟରଙ୍କ ଚିଠି ପରେ ୟୁପି ପ୍ରଶାସନ ଏହି ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶରେ 3664ଟି କୋରୋନା କେସ ଓ 82 ମୃତ୍ୟୁ ସ୍ପଷ୍ଟ ହୋଇଛି । ଏହାସହ ମୋଟ 1873 ଜଣ ସୁସ୍ଥ ହୋଇଥିବା ଖବର ରହିଛି ।