ପୁଣେ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ବିଶେଷ କରି ପୁଣେରେ କୋରୋନା ଜନିତ ମୃତ୍ୟୁ ବଢିବାରେ ଲାଗିଛି ।
ପ୍ରଶାସନର ସୂଚନାନୁସାରେ ପୁଣେରେ ବୁଧବାର ଗୋଟିଏ ଦିନରେ 10ଟି ମୃତ୍ୟୁ ହୋଇଛି । ଫଳରେ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । କୋଭିଡ-19 ଯୋଗୁଁ ଏଠାରେ ସ୍ଥିତି ଅତ୍ୟନ୍ତ ଖରାପ ଥିବା ଜଣାପଡିଛି । ମୁମ୍ବାଇ ପରେ ସବୁଠାରୁ ବେଶୀ ଆକ୍ରାନ୍ତ ପୁଣେରେ ଅଛନ୍ତି ।