ଜୟପୁର: ଯୋଧପୁରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ହିଁ 10 ଜଣଙ୍କ ମୃତ୍ଯ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମଥୁରାଦାସ ମାଥୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦୁଇଟି ସ୍କର୍ପିଓ ମୁହାଁମୁହିଁ ହୋଇ ଚାଲିଗଲା 10 ଜୀବନ - ମର୍ମନ୍ତୁଦ
ରାଜସ୍ଥାନର ଯୋଧପୁରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ 10 ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ଯ: ନ୍ୟୁଜ 18
ସୋମେଶ୍ବର ଗ୍ରାମର ଗୋଟିଏ ପରିବାର ବିବାହ ଭୋଜିରେ ଯୋଗ ଦେଇ ସ୍କ୍ରର୍ପିଓରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଅନ୍ୟ ଏକ ସ୍କ୍ରର୍ପିଓ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗାଡ଼ିର ବେଗ ଏତେ ତୀବ୍ର ଥିଲା ଯେ ଦୁଇଗାଡ଼ିର ଛାତ ଉଡ଼ିଯାଇଥିଲା ।