ନୂଆଦିଲ୍ଲୀ: 10 କୋଟି ଭାରତୀୟ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଛନ୍ତି, ଯାହା ସେମାନଙ୍କୁ ଭାରତରେ କୋଭିଡ -19 ର ଏକ୍ସପୋଜରରୁ ରକ୍ଷା କରିଥାଏ । ଏହି ଆପ ଏପ୍ରିଲ 2ରେ ଲଞ୍ଚ କରାଯାଇଥିଲା । ଆପର ପ୍ରଥମ 13 ଦିନରେ 5 କୋଟି ୟୁଜର୍ସ ଏହାକୁ ଡାଉନଲୋଡ କରିଥିଲେ । ଏହି ଆପକୁ ୟୁଜର୍ସ ମାନେ ଖୁବ କମ ସମୟ ମଧ୍ୟରେ ଦୁନିଆରେ ସର୍ବାଧିକ ବ୍ୟବହୃତ ହୋଇଥିବା ଡାଉନଲୋଡ ଆପ ଭାବେ ପ୍ରମାଣ କରିଛନ୍ତି । ମୋବାଇଲର ବ୍ଲୁଟୁଥ୍ ଏବଂ ଜିପିଏସ କନେକ୍ଟିଭିଟି ମାଧ୍ୟମରେ କୋଭିଡ-19 ସଂକ୍ରମିତ ପରିସରକୁ ଚିହ୍ନଟ କରିବାରେ ଆରୋଗ୍ୟ ସେତୁ ସାହାଯ୍ୟ କରେ ।
ଏହି ଆପ୍ ମାଧ୍ୟମରେ, ୟୁଜର୍ସ ମାନେ ଜାଣିପାରିବେ ଯେ ସେମାନେ କୋଭିଡ-19 ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ? ଏହି ଆପ୍ ୟୁଜର୍ସ ମାନଙ୍କୁ ସେମାନଙ୍କର ଲକ୍ଷଣଗୁଡିକର ନିଜସ୍ବ ମୂଲ୍ୟାଙ୍କନ କରିବାକୁ ଅନୁମତି ଦେଇଛି । ଆପ୍ ଲଞ୍ଚ ହେବା ଦିନଠାରୁ ଏଥିରେ ଅନେକ ଅପଡେଟ ହୋଇଛି । ଅପଡେଟ ପରେ, ଏହି ଆପ୍ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିବାର ବିକଳ୍ପ ମଧ୍ୟ ଦିଆଯାଇଛି । ଯଦି ଲକଡାଉନ ସମୟରେ କେହି ଘରୁ ବାହାରକୁ ଯିବା ଆବଶ୍ୟକ କରନ୍ତି, ତେବେ ସେ ଆରୋଗ୍ୟ ସେତୁ ଆପରୁ ଇ-ପାସ ପାଇଁ ସହଜରେ ଆବେଦନ କରିପାରିବେ ।