ଓଡିଶା

odisha

By

Published : Aug 20, 2019, 4:15 PM IST

ETV Bharat / bharat

ବନ୍ଦ କୋଠରୀରୁ 10 ଗାଈର ମୃତଦେହ ଉଦ୍ଧାର

ଛତିଶଗଡ଼ ରାଜନନ୍ଦଗାଁ ଜିଲ୍ଲାର ବାରବାସପୁର ଗାଁରେ ଅଭାବନୟୀ ଘଟଣା । ଏଠାରେ କାଞ୍ଜି ନାମକ ଏକ ଘରେ ଗାଈଙ୍କୁ ଦୀର୍ଘଦିନ ଧରି ବନ୍ଦ କରି ରଖାଯାଇଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ସମସ୍ତ ଗାଈ ପ୍ରାଣ ହରାଇଲେ ।

ଫଟୋ ସୌଜନ୍ୟ: ଏଏନଆଇ

ରାୟପୁର: ଏକ ବନ୍ଦ କୋଠରୀରେ 10ଟି ଗାଈର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ଦିନ ଧରି ଏକ କୋଠରୀ ତଥା କାଞ୍ଜି ନାମକ ଏକ ଘରେ ବନ୍ଦ ରଖାଯାଇଥିଲା ଏହି ଗାଈଙ୍କୁ । ଫଳରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଲେ 10ଟି ଗାଈ । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ରାଜନନ୍ଦଗାଁ ଜିଲ୍ଲାର ବାରବାସପୁର ଗାଁରେ ।

ଅଧିକାରୀଙ୍କ ସୂଚନା ଅନୁସାରେ ଗାଈଙ୍କ ମୃତ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପରେ ପଶୁ ଚିକିତ୍ସାଳୟ ମୃତ ଗାଇଙ୍କ ପୋଷ୍ଟମର୍ଟମ କରିଛି । ରିପୋର୍ଟ ମୁତାବକ ଏହି ଗାଈମାନେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛନ୍ତି । ସେପଟେ ଗାଁ ସରପଞ୍ଚଙ୍କୁ ଏବବାଦରେ ପଚରାଉଚୁରା ଜାରି ରଖିଛି ପୋଲିସ । ଜିଲ୍ଲା ଏଏସପି ଚୌହାନଙ୍କ କହିବା କଥା ଏ ସମ୍ପର୍କରେ ଗାଁ ଲୋକଙ୍କୁ ପଚରା ଯାଇଥିବାରୁ ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦି ଦେଉଛନ୍ତି ।

ସରପଞ୍ଚଙ୍କ କହିବା କଥା ହେଲା କାଞ୍ଜି ଘରର କୋଠରୀ ଚାବି ତାଙ୍କ ପାଖରେ ଥାଏ । ଦିନେ ଗାଁର ଜଣେ ବ୍ୟକ୍ତି ସେହି କଠୋରୀ ଚାବି ସରପଞ୍ଚଙ୍କୁ ମାଗି ନେଇଥିଲା । ସେପଟେ ଉକ୍ତ ବ୍ୟକ୍ତିକୁ ଏସମ୍ପର୍କରେ ପଚରାଯିବାରୁ ସେ କହିଥିଲେ କୋଠରୀର ତାଲା ପଡିନଥିଲା କିନ୍ତୁ କବାଟ ଲଗାଯାଇଥିଲା । ତେବେ ଉକ୍ତ କୋଠରୀର କୌଣସି ସ୍ଥାନରେ ଛୋଟିଆ ଝରକାଟିଏ ବି ନଥିଲା । ପବନ ଯିବା ଆସିବା ପାଇଁ କୌଣସି ବାଟ ନଥିଲା । ତେଣୁ ସମସ୍ତ ଗାଈ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ । ସୋସିଆଲ ମିଡିଆରେ ଏହାର ଏକ ଫଟୋ ଭାଇରାଲ ହେବା ପରେ ଏହି ଘଟଣାଟି ସାମନାକୁ ଆସିଥିଲା ।

ABOUT THE AUTHOR

...view details