ଆପଣ ଯେତେବେଳେ ନିଜ ରୋଷେଇ ଘର ଥାକରେ ଘରୋଇ ଉପଚାର ନିମନ୍ତେ କିଛି ସାମଗ୍ରୀ ରଖିବା ଚାହାଁନ୍ତି, ତାହାରି ଭିତରେ ସବୁଠାରୁ ଭଲ ଜିନିଷ ହେଲା ଆପଲ୍ ସିଡର ଭିନେଗାର (ଏସିଭି), ଯାହାକି ଆଜିକାର ସମୟରେ ବହୁଳ ବ୍ୟବହାର ହେଉଛି। ମୁଣ୍ଡରୁ ପାଦ ଯାଏଁ ସବୁ କିଛି ପାଇଁ ଏସିଭିର ଉପାଦେୟତା ସମସ୍ତଙ୍କୁ ଜଣା। ତଥାପି ଏହା କିପରି ସ୍ବାସ୍ଥ୍ୟ ଉପଯୋଗୀ ସେ ନେଇ ଅଧିକ ପ୍ରମାଣ ପାଇବା ସକାଶେ ଏବେ ବି ଗବେଷଣା ଜାରି ରହିଛି। ଏସିଭି ସମ୍ପର୍କରେ ଅଧିକ ଜାଣିବା ସକାଶେ ଆମେ ବେଙ୍ଗାଲୁରୁସ୍ଥିତ ଆୟୁକେୟାରର ଡକ୍ଟର ଟି.ଶୈଳଜା ବିଏଏମଏସ ଏମଡି (ଆୟୁର୍ବେଦ)ଙ୍କ ସହିତ ଆଲୋଚନା କରିଥିଲୁ। ଏବେ ଜାଣନ୍ତୁ ସେ କ’ଣ କହୁଛନ୍ତି। ଆପଲ ସିଡର ଭିନେଗାର କିପରି ପ୍ରସ୍ତୁତ କରାଯାଏ ? ଆମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏସିଭି ପ୍ରସ୍ତୁତ କରିବାର ପ୍ରକ୍ରିୟା ଆପଲ୍ ଜୁସ୍ ବା ରସକୁ ରାସାୟନିକ ପ୍ରକ୍ରିୟା ଦ୍ବାରା ଫରମେଣ୍ଟେସନ କରାଯାଇ ଆରମ୍ଭ ହୋଇଥାଏ। ଆପଲକୁ ମେସିନରେ ପକାଇ ରସ ବାହାର କରି ଫରମେଣ୍ଟିଙ୍ଗ କରାଯାଇଥାଏ। ଜୀବାଣୁ ଦ୍ବାରା ନିଶାଯୁକ୍ତ ରସକୁ ଏସେଟିକ୍ ଏସିଡ ସଲ୍ୟୁସନରେ ପରିଣତ କରାଯାଏ। ସୁତରାଂ ଦ୍ବିତୀୟ ଫରମେଣ୍ଟେସନ ପ୍ରକ୍ରିୟା ଦ୍ବାରା ଆପଲ୍ ସିଡର ଭିନେଗାର ପ୍ରସ୍ତୁତ ହୋଇଥାଏ।
ଏସିଭି ଦୁଇ ପ୍ରକାର ମିଳିଥାଏ। ଗୋଟିଏ ହେଉଛି ଅନଫିଲଟରଡ ଏବଂ ଅଶୋଧିତ ଯାହା ଦେଖିବାକୁ ମେଘୁଆ ରଙ୍ଗର ହୋଇଥାଏ ଏବଂ ଏହାକୁ ‘ମଦର’ ବୋଲି କୁହାଯାଏ। ଏଥିରେ ସମସ୍ତ ପ୍ରୋଟିନ୍ ଏବଂ ଭଲ ଜୀବାଣୁ ଥାଆନ୍ତି। ଅନ୍ୟଟି ହେଲା ରିଫାଇନଡ୍ ଯାହା କି ବିଶୁଦ୍ଧ ମିଶ୍ରିତ ତରଳ ସାମଗ୍ରୀ। ମଦର ସହିତ ଏହାକୁ ମିଶାଇ ବ୍ୟବହାର କରିବାକୁ ସୁପାରିଶ କରାଯାଏ। ଏସିଭି ତରଳ ଅବସ୍ଥାରେ ଅରୁଚିକର ଏବଂ ଏହାର କଡ଼ା ବାସନା କାରଣରୁ ଯେଉଁମାନେ ଏହାକୁ ପିଇପାରନ୍ତି ନାହିଁ ସେମାନଙ୍କ ପାଇଁ ଏହା ଟାବଲେଟ ଆକାରରେ ମଧ୍ୟ ଉପଲବଧ ହେଉଛି। ଟାବଲେଟରେ ହଳଦି ଏବଂ ଗୋଲମରିଚକୁ ମଧ୍ୟ ଉପାଦାନ ଭାବେ ନିଆଯାଇଥାଏ।
ସ୍ବାସ୍ଥ୍ୟଗତ ଫାଇଦା
ଏସିଭିର ସେବନ/ବ୍ୟବହାରକୁ ନେଇ ଏହାର କ’ଣ ସବୁ ସ୍ବାସ୍ଥ୍ୟଗତ ଫାଇଦା ରହିଛି ସେ ନେଇ ବର୍ଣ୍ଣନା କରିଛନ୍ତି ଡକ୍ଟର ଶୈଳଜା। ଏସିଭି ମିଶ୍ରଣକୁ କିପରି ସେବନ କରିବେ ଗୋଟିଏ ଚାମଚ ଏସିଭିକୁ ଗୋଟିଏ ଗ୍ଲାସ୍ (500ଏମଏଲ୍)ପାଣିରେ (ନଖଉଷୁମ ପାଣି ହେଲେ ଭଲ) ମିଶାଇ ପିଇବାକୁ ହେବ।
1.ମଧୁମେହ
ମଧୁମେହରେ ପୀଡିତ ଲୋକଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ଏସିଭି ସହାୟକ ହୋଇଥାଏ। ଏହା ରକ୍ତ ଶର୍କରାକୁ କମାଇଥାଏ। ସୁତରାଂ ଖାଲି ପେଟରେ ରକ୍ତ ଶର୍କରା ବ୍ୟକ୍ତି ରାତିରେ ପାଣିରେ ମିଶାଇ ଏସିଭି ସେବନ କରିବା ଉଚିତ୍। ଅନ୍ୟପକ୍ଷରେ ଯେଉଁମାନଙ୍କର ଖାଇବା ପରେ ରକ୍ତ ଶର୍କରା ବଢୁଥିବ ସେମାନଙ୍କୁ ଦିନର ଖାଇବା ପରେ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଉଛି। ଏହା ନ ମାନିଲେ ଏହାଦ୍ବାରା ଗ୍ଲିସେମିକ୍ ଇଣ୍ଡେକ୍ସ ( ହିପୋଗ୍ଲାସେମିଆ) ଯଥେଷ୍ଟ ତଳକୁ ଖସିଥାଏ। ଏସିଭିରେ ମହୁ ନ ମିଶାଇବାକୁ ମଧୁମେହ ରୋଗୀଙ୍କୁ ପରାମର୍ଶ ଦିଆଯାଉଛି।
2. ମୋଟାପଣ
ଅଧିକ ଓଜନ ଥିବା ବ୍ୟକ୍ତିଙ୍କ ପାଇଁ ଏସିଭି ବହୁତ ଭଳ କାମ କରେ। ଏହା ଭୋକ କମାଇବା ସହିତ ଶରୀରର ଚର୍ବି ନଷ୍ଟ କରିଥାଏ। ପ୍ରତିଦିନ ସକାଳୁ ଏହି ମିଶ୍ରଣକୁ ପିଅନ୍ତୁ। ଏସିଭିରେ ଏସିଡିକ୍ ଗୁଣ ଥିବାରୁ ବାୟୁଗତ ସମସ୍ୟା ଏଡାଇବା ସକାଶେ ମିଶ୍ରଣରେ ଦୁଇ ଚାମଚ ମହୁ ମିଶାଇ ପିଇବାକୁ କୁହାଯାଉଛି।
3.ହୃଦରୋଗ ସମ୍ପର୍କୀତ ସମସ୍ୟା
ଗବେଷଣାରୁ ଜଣାପଡ଼ିଛି ଯେ, ଏସିଭି ଅନେକ ପ୍ରକାର ହୃଦରୋଗକୁ ମଧ୍ୟ କମାଇଥାଏ। ହୃଦରୋଗର ପ୍ରମୁଖ କାରଣ ପାଲଟୁଥିବା ଶରୀରର ଅଦରକାରୀ ଚର୍ବିସ୍ତରକୁ ଏହା କମାଇଥାଏ। ଏହା ମଧ୍ୟ ରକ୍ତଚାପ ନିୟନ୍ତ୍ରିତ କରି ହାଇପର ଟେନସନ କମାଇଥାଏ। ମିଶ୍ରଣରେ ଦୁଇ ଚାମଚ ମହୁ ମିଶାଇ ଏହାକୁ ସେବନ କରିବା ଉଚିତ୍।
4.ଡିପ୍ ଭେନ୍ ଥର୍ମୋବୋସିସି (DVT)
ରକ୍ତବାହୀ ନାଡ଼ିରେ ଅବରୋଧ ଦ୍ବାରା ଡିଭିଟି ହୋଇଥାଏ। ସୁତରାଂ ଏଭଳି ଅବସ୍ଥାରେ ବିଶେଷ କରି ଓଜନ କମୁଥିବା ଲକ୍ଷଣ ଦେଖାଗଲେ ଏସିଭି ବହୁତ ଭଲ କାମ କରିଥାଏ।