ନାରୀ ସର୍ବଦା ସୁନ୍ଦରୀ ଦିଶିବାକୁ ଚାହେଁ। ଆଉ ଭଗବାନ ସବୁ ସୁନ୍ଦରତା ହିଁ ନାରୀ ପାଖରେ ଦେଇଥାନ୍ତି। ଏହାସହ ପ୍ରତ୍ୟେକ ଅଙ୍ଗ ପାଇଁ ଖଞ୍ଜିଛନ୍ତି ବିଭିନ୍ନ ଅଳଙ୍କାର ଯାହା ତାର ସୁନ୍ଦରତାକୁ ଦ୍ବିଗୁଣିତ କରେ। ତେବେ ଏବେ ସମୟ ଲକଡାଉନର। ଘରେ ରୁହ ସୁସ୍ଥ ରୁହ।
ଏହି ସମୟରେ ନିଜ ବନ୍ଧୁ ବାନ୍ଧବ ଓ ପ୍ରିୟଜନଙ୍କ ସହ ଯୋଡି ହେବାର ଏକମାତ୍ର ମାଧ୍ୟମ ହେଉଛି ଫୋନ ବା ଭିଡିଓ କଲ। କେବଳ ସେତିକି ନୁହେଁ ଅନେକ କମ୍ପାନୀ ମଧ୍ୟ ବର୍ତ୍ତମାନ ଅନଲାଇନରେ ସଭା ଏବଂ ପ୍ରେଜେନଣ୍ଟେସନ ନେଉଛି। ତେବେ ଏହି ସମୟରେ ଏକ ଇମପ୍ରେସିଭ୍ ଲୁକ୍ ଆସିବା ନିହାତି ଦରକାର। ତେବେ କ୍ୟାମେରାରେ କେମିତି ସୁନ୍ଦର ଦେଖାଯିବେ ଜାଣନ୍ତୁ କିଛି ଟିପ୍ସ।
1.ସୁନ୍ଦର ଦିଶିବା ପାଇଁ ସର୍ବଦା ଯେଉଁ ସ୍ଥାନରେ ନ୍ୟାଚୁରାଲ ଲାଇଟ ଆସୁଥିବ ସେ ସ୍ଥାନରେ ବସିବା ଦରକାରା। ଯାହାଫଳରେ ମୁହଁରେ ଗ୍ଲୋ ଆସିବ। ଏହାସହ ଲାଇଟ ବିମ୍ ପଡୁଥିବା ସ୍ଥାନରେ ସିଧା ବସନ୍ତୁ ନାହିଁ ନଚେତ୍ ମୁହଁ ହଳଦିଆ ଦେଖାଯିବ।
2.ଅନେକ ସମୟରେ ମିଟିଂ ଆଟେଣ୍ଡ କରିବା ପୂର୍ବରୁ ବହୁତ ଜଣ ମେକଅପ୍ ନେଇଥାନ୍ତି। ଏ ସମୟରେ ସର୍ବଦା ଫିଲଟର ବ୍ୟବହାର କରନ୍ତୁ। ଯାହା ଆପଣଙ୍କ ମୁହଁକୁ ହାଲକା କଲର ଦେବ।