ଓଡିଶା

odisha

ETV Bharat / bharat

ଅସାବଧାନତାରୁ ବିବାହ ମୁଦି ଗିଳିଲା 1 ବର୍ଷର ଶିଶୁ

ସାମାନ୍ୟ ଅସାବଧାନତା ଯେ କେତେ ବଡ ବିପଦକୁ ଡାକିପାରେ ତାହାର ଏକ ନଜିର ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । ସହରରେ ଏକ 1ବର୍ଷୀୟ ଶିଶୁ ଅଭିଭାବକଙ୍କ ସାମାନ୍ୟ ଅସାବଧାନତାରୁ ଏକ ବିବାହ ମୁଦି ଗିଳିଦେଇଥିବା ଜଣା ପଡିଥିଲା ।

toddler swallows ring in bengaluru, bengaluru latest news, irresponsible with child, toddler swallows ring, ବେଙ୍ଗାଲୁରୁରେ ଶିଶୁ ଗିଳିଲା ମୁଦି, ବେଙ୍ଗାଲୁରୁ ଲାଟେଷ୍ଟ ନ୍ୟୁଜ୍‌, ଶିଶୁ ପ୍ରତି ଅସାବଧାନତା, ଶିଶୁ ଗିଳିଲା ମୁଦି
ଅସାବଧାନତାରୁ ବିବାହ ମୁଦି ଗିଳିଲା 1 ବର୍ଷୀୟ ଶିଶୁ

By

Published : Jul 1, 2020, 6:48 AM IST

ବେଙ୍ଗାଲୁରୁ: ସାମାନ୍ୟ ଅସାବଧାନତା ଯେ କେତେ ବଡ ବିପଦକୁ ଡାକିପାରେ, ତାହାର ଏକ ନଜିର ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । ସହରରେ ଏକ 1ବର୍ଷୀୟ ଶିଶୁ ଅଭିଭାବକଙ୍କ ସାମାନ୍ୟ ଅସାବଧାନତାରୁ ଏକ ବିବାହ ମୁଦି ଗିଳିଦେଇଥିବା ଜଣା ପଡିଥିଲା । ଖଟ ଉପରେ ପଡିଥିବା ମୁଦିଟିକୁ ଗିଳିବା ପରେ ଶିଶୁଟି ଅଣନିଶ୍ବାସୀ ହୋଇପଡିଥିବା ଅଭିଭାବକ ଦେଖିଥିଲେ । ଏହାପରେ ଶିଶୁଟିକୁ ତୁରନ୍ତ ସ୍ଥାନୀୟ ରେନବୋ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଅସାବଧାନତାରୁ ବିବାହ ମୁଦି ଗିଳିଲା 1 ବର୍ଷୀୟ ଶିଶୁ

ଡାକ୍ତରଖାନା ନେବା ପୂର୍ବରୁ ଶିଶୁଟିର ଶ୍ବାସକ୍ରିୟା ସାଧାରଣ କରିବା ପାଇଁ ଅଭିଭାବକ ଅନେକ ଚେଷ୍ଟା କରିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା । ତେବେ ଡାକ୍ତରଖାନା ପହଞ୍ଚିବା ପରେ ଡାକ୍ତରମାନେ ତୁରନ୍ତ ଏକ୍ସ-ରେ କରି ଜାଣିବାକୁ ପାଇଥିଲେ କି ଶିଶୁଟି ଏକ ମୁଦି ଗିଳି ଦେଇଛି ଏବଂ ମୁଦିଟି ଶିଶୁଟିର ଶ୍ବାସନଳୀରେ ଠାକି ଯାଇଛି । ଏହାପରେ ଡ଼ଃ ଶଙ୍କର ବି ଜି ଶିଶୁଟି ଦେହରୁ ମୁଦିଟିକୁ ତୁରନ୍ତ କାଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ନଚେତ୍‌ ମୁଦିଟି ତଳକୁ ତଳକୁ ଖସି ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଅଭିଭାବକଙ୍କୁ ଚେତେଇ ଦେଇଥିଲେ ।

ଅସାବଧାନତାରୁ ବିବାହ ମୁଦି ଗିଳିଲା 1 ବର୍ଷୀୟ ଶିଶୁ

ତେବେ ଶିଶୁଟିକୁ ଆନାସ୍ଥେସିଆ ଦିଆଯାଇ ଅଚେତ୍‌ କରାଯାଇଥିଲା । ଏହାପରେ ଇଣ୍ଡୋସ୍କୋପିକ ଦ୍ବାରା ଶିଶୁଟି ଦେହରୁ ସଫଳତାର ସହ ମୁଦିଟି କଢାଯାଇଥିଲା । ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ କିଛି ଘଣ୍ଟା ପରେ ତାକୁ ଡାକ୍ତରଖାନାରୁ ଘରକୁ ପଠାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details